ନୂଆପଡା: ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଖଇରା ପଞ୍ଚାୟତରେ ଚାଲିଛି ଘୋଟାଲା ଉପରେ ମହା ଘୋଟାଲା ମନରେଗା ରେ କାମ ନ କରି ଘରେ ବସି ପାଉଛନ୍ତି ମନରେଗା ଟଙ୍କା, ସରକାର ଙ୍କ ନିୟମ ମଧ୍ୟ ଏଠାରେ ବିଫଳ, ସରକାର ଗରିବ, ନିରୀହ, ଖଟି ଖିଆ, ଦିନ ମନଜୁରିଆ,ଓ ଦାଦନ ମୁକ୍ତ କରିବା ପାଇଁ ଆଣି ଥିଲେ ଏହି ମହାତ୍ମା କର୍ମ ନିଯୁକ୍ତି ଯୋଜନା, ଯୋଜନା ତୋ ଅନ୍ୟପଟେ, ହେଲେ ସରକାର ପ୍ରକୃତ ହିତାଧିକାରୀ ମାନେ କାମରେ ନିୟୋଜିତ ହେବେ ବୋଲି ପ୍ରତେକ ଦିନ ଏନ ଏମ ଏମ ଏସ ଜରିଆରେ କାର୍ଯ୍ୟ ହେବ ବୋଲି ,ଏନ ଏମ ଏମ ଏସ କରାଉଛନ୍ତି ସତ, କିନ୍ତୁ ଫୋଟୋ ଉଠେଇ ଉପଲୋଡ କରୁଛନ୍ତି ଅନ୍ୟଲୋକ ଙ୍କର, ପଠାଉଛନ୍ତ ଘରେ ବସି ଥିବା ଲୋକ ର ନାମ, ଯିଏ କି କେବେ କାମ କରି ନଥିବ,ତାଙ୍କ ଖାତା କୁ ଯାଉଛି ହଜାର ହଜାର ଟଙ୍କା ହେଲେ ସରକାର ଙ୍କୁ ଭୁଆଁ ବୁଲାଇ ସରକାର ଙ୍କ ଟଙ୍କା ଧୂଳି ସାତ କରୁଛନ୍ତି ଏଥିରେ ନିୟୋଜିତ ଥିବା ସରକାରୀ ବାବୁ ମାନେ
ମନରେଗା ଯୋଜନାରେ ବର୍ଷ ବର୍ଷ ଧରି କାମ କରି ଶ୍ରମିକ ମାନେ ଦୌଡ଼ି ଦୌଡ଼ି ଥକି ଗଲେ କିନ୍ତୁ ଏ ଯାଏ ପଇସା ମିଳୁନି ଶ୍ରମିକ ମାନ ଙ୍କର ଏଠି ପ୍ରଶ୍ନବାଚୀ ସୃଷ୍ଟି ହେଉଛି ଯେ ଘରେ ଥାଇ ମନରେଗା ରେ କାମ ନ କରି ଟଙ୍କା ଗଲା କେମିତି, ଯାଞ୍ଚ କରୁ ନାହାନ୍ତି କି ବିଭାଗୀୟ ପ୍ରଶାସନ କି ସେମାନେ ମଧ୍ୟ୍ୟ ଅଛନ୍ତି ତାଙ୍କ ସହ ଶଳା ସୁତୁରା ,ଏବେ ଦେଖିବାକୁ ବାକି ରହିଳା ଖବର ପ୍ରସାରଣ ପରେ ଡ଼ବଳ ଇଞ୍ଜିନର ସରକାର, ସରକାର ବହାଦୁର କେତେ ତତ୍ପରତା ଦେଖାଇ ତଦନ୍ତ କରି ଦୃଢ଼ କାର୍ଯ୍ୟନୁଷ୍ଠାନ ନେଉଛନ୍ତି
Sign in
Sign in
Recover your password.
A password will be e-mailed to you.