ପୋଲିସ୍ କୁ ଆକ୍ରମଣ ଉଦ୍ୟମ ପଡ଼ିଲା ମହଙ୍ଗା:ପୋଲିସକୁ ଧମକ ଦେଇ ବନ୍ଧା ହେଲେ ତିନି

0 2

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଜାମପଲ୍ଲୀ ବିଦେଶୀ ମଦ ଦୋକାନ ନିକଟରେ ପୋଲିସ୍ କୁ ଅସଦ ବ୍ୟବହାର ଦେଖାଇବା ଏବଂ ପୋଲିସକୁ ଆକ୍ରମଣ ଉଦ୍ୟମ କରିବା ଅଭିଯୋଗରେ ପୋଲିସ ବୁଧବାର ୩ ଜଣକୁ ଗିରଫ କରିଛି। ଥାନାଧିକାରୀ ଙ୍କ ସୁଚନା ଓ ପ୍ରେସ ବିଜ୍ଞପ୍ତି ପ୍ରକାରେ ,ସେମାନେ ହେଲେ ବିଚିତ୍ର ସ୍ବାଇଁ ଓ ତାଙ୍କ ଦୁଇ ପୁଅ। ଗିରଫ ବାପ ପୁଅଙ୍କୁ ଆଜି ସନ୍ଧ୍ୟାରେ ଭଞ୍ଜନଗର କୋର୍ଟ ଚାଲାଣ କରାଯାଇଛି। ଘଟଣାରୁ ପ୍ରକାଶ ଯେ, ଗତ ୧ ତାରିଖ ସନ୍ଧ୍ୟାରେ ଭଞ୍ଜନଗର ଥାନାଧିକାରୀ ଜୀବନାନନ୍ଦ ଜେନାଙ୍କ ନିର୍ଦ୍ଦେଶ କ୍ରମେ ଏସ୍‌ ଆଇ ସମୀର କୁମାର ସେଠୀ ଓ ଥାନା ଷ୍ଟାଫ୍‌ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ସେମାନେ ଖବର ପାଇଲେ ଯେ ,ଜାମପଲ୍ଲୀ ବିଦେଶୀ ମଦ ଦୋକାନ ପାଖରେ ଥିବା ଏକ ଦୋକାନରେ କିଛି ଲୋକୋ ଠିଆ ହୋଇ ପାଟିତୁଣ୍ଡ କରୁଛନ୍ତି। ପୋଲିସ ଆସିବା ଦେଖି ସେମାନେ ଦୌଡିବା ଆରମ୍ଭ କଲେ। ଯେତେବେଳେ ପୋଲିସ ସନ୍ଦେହରେ ସେହି ଦୋକାନୀକୁ ପଚାରିଲେ କାହିଁକି ଏଠାରେ ଗହଳି ହୋଇଛି ବୋଲ ତା’ପରେ ଦୋକାନି ମାଲିକ ବିକ୍ରମ ସ୍ବାଇଁ ଓ ତାଙ୍କ ବାପା ବିଚିତ୍ର ସାଇଁ ପୋଲିସକୁ ଖରାପ ଭାଷାରେ ଗାଳିଗୁଲଜ ଆରମ୍ଭ କଲେ। ଏଥିସହ ସେମାନେ ପୋଲିସ୍ କୁ ଆକ୍ରମଣ ଉଦ୍ୟମ କରିଥିଲେ। ତେଣୁ ପୋଲିସ ଏନେଇ ଏକ ମାମଲା ରୁଜୁ କରି ବାପା ଏବଂ ଦୁଇ ପୁଅଙ୍କୁ ଗିରଫ କରିଥିବା ଜଣାପଡ଼ିଛି

Leave A Reply

Your email address will not be published.