ହାତୀ ଦାନ୍ତ ବିକିବା ବେଳେ ୩ ଗିରଫ : ମୋବାଇଲ, ସ୍କୁଟର ଓ ଦୁଇ ବାଇକ ଜବତ।

0 2

  କେନ୍ଦୁଝର,ତା୩/୧୨- ଚମ୍ପୁଆ ଉପଖଣ୍ଡ ଅନ୍ତର୍ଗତ ଚମ୍ପୁଆ ଓ କରଞ୍ଜିଆ ବନଖଣ୍ଡ ମଝିରେ ଥିବା ଫଗୁ ପୋଲ ନିକଟରୁ ତିନି ହାତୀ ଦାନ୍ତ ତସ୍କରଙ୍କୁ ଧରାଯାଇଛି। ସୂଚନା ମିଳିଛି କି ହାତୀ ଦାନ୍ତ ବିକ୍ରୀ ଲାଗି ମସୁଧା ଚାଲିଥିବା ବେଳେ ଜେଟିଏଫ(ପିସିସିଏଫ, ୱାଇଲ୍ଡ ଲାଇଫ) ଠାରୁ ଖବର ପାଇ କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚଡ଼ିଙ୍କ ନିର୍ଦ୍ଦେଶ ଆଧାରରେ ବନ କର୍ମଚାରୀ ମାନେ ପୋଲିସ ସହ ରାଜସ୍ବ ବିଭାଗ କର୍ମଚାରୀଙ୍କ ମିଳିତ ସହଯୋଗରେ ଚଢ଼ାଉ କରିଥିଲେ। ତେଣୁ ତିନି ହାତୀଦାନ୍ତ ମାଫିଆ ଝାଡଖଣ୍ଡର ଗୁରୁ କେରାଇ, ଢେଙ୍କାନାଳର କୈଳାସ ତିରିଆ ଓ କେନ୍ଦୁଝର,ଚମ୍ପୁଆ, ବଳଭଦ୍ରପୁରର ମିଶ୍ର ମୁଣ୍ଡା ଦୁଇଟି ବଡ଼ ହାତୀ ଦାନ୍ତ ସହ ଗିରଫ ହୋଇଛନ୍ତି। ସେମାନଙ୍କ ଠାରୁ ଗୋଟେ ସ୍କୁଟର, ଦୁଇଟି ବାଇକ ଏବଂ ଦୁଇଟି ମୋବାଇଲ ଜବତ କରାଯାଇଛି। କେନ୍ଦୁଝର ଜିଲ୍ଲାରେ ଅନେକ ହାତୀ ମୃତ୍ୟୁ ନେଇ ଏମାନଙ୍କ ସମ୍ପୃକ୍ତି ନେଇ ଏବେ ଅଧିକ ତଦନ୍ତ ଚାଲିଛି।

Leave A Reply

Your email address will not be published.