ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ର ଉନ୍ନତି ଓ ଗ୍ରାମୀଣ ବିକାଶ ପାଇଁ ମୋହନ ସରକାର ସର୍ବଦା ତତ୍ପର। ଗଜପତି ଜିଲ୍ଲା ଭାରତୀୟ ଜନତା ପାର୍ଟିର ଜିଲ୍ଲା କାର୍ଯ୍ୟଳୟ ରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୂର୍ବତନ ବିଧାୟକ ତଥା ଭାରତୀୟ ଜନତା ପାର୍ଟିର ରାଜ୍ୟ ଉପ ସଭାପତି କେ. ନାରାୟଣ ରାଓ।
ଗତ କିଛବର୍ଷ ହେବ କାଶୀନଗର ବ୍ଲକ ବଥବା ପଞ୍ଚାୟତ ଓ ଆନ୍ଧ୍ରର ଲିହୁରି ମଧ୍ୟରେ ଯାତାୟାତ ସମସ୍ୟା ସମାଧାନ ପାଇଁ ବଂଶଧାରା ନଦୀ ଉପରେ ଏକ ସେତୁ ନିର୍ମାଣ ର ଆବଶ୍ୟକ ଥିଲା ତେବେ ଏହା ଆନ୍ତଃ ରାଜ୍ୟ ନିର୍ମାଣ କାର୍ଯ୍ୟ ହେତୁ କେନ୍ଦ୍ରର ଅନୁମତି ସହ ଉଭୟ ରାଜ୍ୟ ସମ୍ମତି ଆବଶ୍ୟକ। ତେଣୁ ନାରାୟଣ ରାଓ ବିଧାୟକ ଥିବା ସମୟରୁ ପ୍ରଚେଷ୍ଟା କରି କେନ୍ଦ୍ର ସରକାରଙ୍କ ସମେତ ଉଭୟ ରାଜ୍ୟ ସରକାର ସମ୍ମତି ଆଣିବାରେ ସଫଳ ହେବା ସହ ବର୍ତ୍ତମାନ ଏହା ନିର୍ମାଣ ରେ ବାଟ ଫିଟିଚି।
ଏଥି ସହିତ ଗୋଷାଣୀ ବ୍ଲକ ଅନ୍ତର୍ଗତ ସବରା ପଞ୍ଚାୟତ ରେ ସବରା ଠାରୁ ପଦମପୁର ମଧ୍ୟ ଏକ ପୋଲୋ ନିର୍ମାଣ କରିବା ପାଇଁ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଚିଠି କରିଛି। ରାଜ୍ୟ ସରକାରଙ୍କ ସେତୁ ବନ୍ଧ ଯୋଜନା ମାଧ୍ୟମରେ ଏହି ଦୁଇ ଟି ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ବିଭାଗୀୟ ପତ୍ର ସଂଖ୍ୟା ୩୮୬୦୪/୨୭.୧୧.୨୫ ମାଧ୍ୟମରେ ଜଣାଯାଇଛି। ତେଣୁ ପୂର୍ବତନ ବିଧାୟକ ଓ ଜିଲ୍ଲା ସଭାପତି ମୁଖ୍ୟମନ୍ତ୍ରୀ ମୋହନ ମାଝି ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି। କେବଳ ଏତିକି ନୁହେଁ ପାରଳାଖେମୁଣ୍ଡି ସହରର ଉନ୍ନତି ନିମନ୍ତେ ମଧ୍ୟ ବାଇପାସ୍ କାମ ଖୁବ ଶୀଘ୍ର ଆରମ୍ଭ ହେବା ସହ ସହର ର ମୁଖ୍ୟ ରାସ୍ତା ପ୍ରଶସ୍ତ କାମ ମଧ୍ୟ ସରକାର ପୁଣି ଆରମ୍ଭ କରି ୬୬ଫୁଟ୍ କରାଯିବ ବୋଲି କହିଛନ୍ତି।
ଆୟୋଜିତ ଏହି ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ତଥା ଭାରତୀୟ ଜନତା ପାର୍ଟିର ରାଜ୍ୟ ଉପ ସଭାପତି କେ ନାରାୟଣ ରାଓ ଓ ଜିଲ୍ଲା ସଭାପତି ନବ କିଶୋର ଶବର ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post