( କୈଳାଶ ଚନ୍ଦ୍ର ଚୌଧୁରୀ , ବ୍ରହ୍ମପୁର):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅର୍ନ୍ତଗତ ଶାଙ୍କୁଡା ଗ୍ରାମ ର ଶୁଶାନ୍ତ ସାହୁ ନାମକ ଜଣେ ଯୁବକ ବିଭିନ୍ନ ପ୍ରଲୋଭନ ଦେଖାଇ ଶତାଧିକ ଲୋକଙ୍କ ଠାରୁ ବିପୁଳ ପରିମାଣର ଟଙ୍କା ଆତ୍ମସାତ ଅଭିଯୋଗରେ ପୋଲିସ ଶୁଶାନ୍ତ ସମେତ ସେହି ଗ୍ରାମର ଅନ୍ୟ ୪ ଜଣ ଯଥା ବିମଳ ସାହୁ, ପବିତ୍ର ସାହୁ,ସୁଦାମ ପାତ୍ର ଓ ପ୍ରଦୀପ ଦାସ ନାମକ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ମୁଖ୍ୟ ଅଭିଯୁକ୍ତ ଶୁଶାନ୍ତ ବ୍ରହ୍ମପୁର ସହରରେ ରହି ଏହି ଭଳି ବେଆଇନ କାରବାର କରୁଥିବା ବେଳେ ଏହି କାରବାରରେ ରାୟପୁର ଅଞ୍ଛଳର ଜଣେ ଯୁବକ ମୁଖ୍ୟ ଅଭିଯୁକ୍ତ ବୋଲି ଜଣାପଡିଛି ଓ ପୋଲିସ ତା ଉପରେ ତୀକ୍ଷଣ ନଜର ରଖିଛନ୍ତି। ସୁଚନା ଅନୁଯାୟୀ ଜଣାପଡିଛି ଯେ ଗତ ୪ ବର୍ଷ ହେଲା ଶୁଶାନ୍ତ ଏହି ଭଳି କାରବାର ଚଳାଇ ପ୍ରାୟ ୮୦ ବ୍ୟାଙ୍କରେ ବିଭିନ୍ନ ବ୍ୟବସାୟ ଅନୁଷ୍ଠାନ ନାମରେ ଏକାଉଣ୍ଟ୍ ଖୋଲି ନୀରିହ ଲୋକଙ୍କୁ ଠକି ଚାଲିଥିବା ଗତ ନଭେମ୍ବର ୨୮ ତାରିଖ ରେ ବେଗୁନିଆପଡ଼ା ଥାନା ରେ ଅଭିଯୋଗ ହୋଇଥିଲା ଓ ପୋଲିସ ଅଭିଯୋଗ ଗ୍ରହଣ କରି ଥାନା ଅଧିକାରୀ ଭଗବାନ ପୁଜାରୀ ଙ୍କ ନେତୃତ୍ବରେ ଏକ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରି ଉକ୍ତ ସମସ୍ତ ଅଭିଯୁକ୍ତଙ୍କୁ କାବୁ କରି ସେମାନଙ୍କଠାରୁ ଏ ଟି ଏମ୍ କାର୍ଡ୍, ପାସ୍ ବୁକ୍, ଲାପଟପ୍ ମୋବାଇଲ ଫୋନ ଜବତ୍ କରିଛନ୍ତି।
ଗତକାଲି ସନ୍ଧ୍ୟାରେ ଅଭିଯୁକ୍ତ ମାନଙ୍କୁ ଗିରଫ ବିଷୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଓ ଉକ୍ତ କାର୍ଯ୍ୟକ୍ରମରେ ଥାନା ଅଧିକାରୀ ଭଗବାନ ପୁଜାରୀ, ଏସ୍ ଡି ପି ଓ ସୁଜିତ୍ କୁମାର ନାୟକଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ଉପରିସ୍ଥ ଥିଲେ।
Sign in
Sign in
Recover your password.
A password will be e-mailed to you.