ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଣେଶ ବଜାର ମୋ ଖତ ବିକ୍ରୟ କେନ୍ଦ୍ରର ଶୁଭାରମ୍ଭ,୫ ମିନିଟରେ ୫୦କେଜି ମୋ ଖତ ବିକ୍ରି,

0 2

ଓଡ଼ଗାଁ,୨।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସିର) ବସଷ୍ଟାଣ୍ଡ ନିକଟ ଗଣେଶ ବଜାରରେ ମଙ୍ଗଳବାର ଅପରାହ୍ନରେ “ମୋ ଖତ ବିକ୍ରୟ କେନ୍ଦ୍ର”ର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରାଙ୍କ ଉପସ୍ଥିତିରେ ସର୍ବସାଧାରଣଙ୍କ ନିମନ୍ତେ ଜୈବିକ ସାର ବିକ୍ରୀ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ କେଜି ପିଛା ୧୦ ଟଙ୍କା ହିସାବରେ ୫ ମିନିଟ ଭିତରେ ୫୦ ପ୍ୟାକେଟ୍ ମୋ ଖତ ବିକ୍ରି ହୋଇଥିଲା । ଜୈବିକ ସାର ମୋ ଖତ ପାଇଁ ଆଜି ଲୋକଙ୍କ ଆଗ୍ରହକୁ ଲକ୍ଷକରି ବୁଧବାର ଦିନ ଅଧିକ ପରିମାଣରେ ଜୈବିକ ସାର ପ୍ୟାକେଟ୍ ବିକ୍ରି କରିବା ନିମନ୍ତେ ବ୍ୟବସ୍ଥା କରାଯିବ ବୋଲି ନିର୍ବାହୀ ଅଧିକାରୀ କହିଛନ୍ତି।ସୂଚନା ଥାଉକି ଓଡ଼ଗାଁ ଏନ୍ଏସି ଦ୍ବାରା ସ୍ଥାପନ କରାଯାଇଥିବା ବର୍ଯ୍ୟବସ୍ତୁ ପ୍ରକ୍ରିୟା କରଣ କେନ୍ଦ୍ର ମାଧ୍ୟମରେ ପ୍ରସ୍ତୁତ ହୋଇଥିବା ମୋ ଖତ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ବାସୀଙ୍କ ସାର ଆବଶ୍ୟକତା ପୁରଣ କରିପାରିବ । କାର୍ଯ୍ୟକ୍ରମରେ ଓଡ଼ଗାଁ ଏନ୍ଏସିର ସମସ୍ତ କର୍ମଚାରୀ ଉପସ୍ଥିତ ରିହିଥିଲେ।

Leave A Reply

Your email address will not be published.