ଗୌର ବିହାର ଆଶ୍ରମରେ ବ୍ୟଞ୍ଜନ ଦ୍ୱାଦଶୀ ଉତ୍ସବ: ପ୍ରଭୁ ଶ୍ରୀକୃଷ୍ଣଙ୍କୁ ସମର୍ପିତ ୮୭୫ ପ୍ରକାର ବ୍ୟଞ୍ଜନ

0 2

ପୁରୀ (ଅନିମେଶ ପଟ୍ଟନାୟକ): ସମୁଦ୍ରକୂଳ ସ୍ଥିତ ମାତା ମଠ ଶ୍ରୀ ଗୌର ବିହାର ଆଶ୍ରମରେ ମଙ୍ଗଳଵାର ଧାର୍ମିକ ଭକ୍ତିଭାବରେ ବ୍ୟଞ୍ଜନ ଦ୍ୱାଦଶୀ ମହୋତ୍ସବ ପାଳିତ ହୋଇଯାଇଛି । ଆଶ୍ରମର ଆଧ୍ୟାତ୍ମିକ ଦାତବ୍ୟ ଟ୍ରଷ୍ଟ ତରଫରୁ ଟ୍ରଷ୍ଟ ଅଧ୍ୟକ୍ଷ ଏବଂ ମହାମଣ୍ଡଳେଶ୍ୱର ମହନ୍ତ ସୁବଳ ଚରଣ ଦାସଜୀ ମହାରାଜଙ୍କ ନେତୃତ୍ୱରେ ୮୭୫ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଭୋଗ ଦିଆଯାଇଛି ।

ପରମ୍ପରା ଅନୁଯାୟୀ, ମାର୍ଗଶୀର ମାସର ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିକୁ ‘ବ୍ୟଞ୍ଜନ ଦ୍ୱାଦଶୀ’ ଭାବରେ ପାଳନ କରାଯାଏ । ମାତା ଯଶୋଦା ଏହି ତିଥିରେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ବିଭିନ୍ନ ପଦାର୍ଥ ଖାଇବାକୁ ଦେଇଥିବା ପୁରାତନ ରୀତିର ସ୍ମୃତିରେ ଏହି ପର୍ବ ପାଳନ ହୋଇଥାଏ । ଆଜିର ଏହି ଭବ୍ୟ ଉତ୍ସବରେ ପୁରୀ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଡଃ ଶରତ ଚନ୍ଦ୍ର ମହାପାତ୍ର, ଜିଲ୍ଲା ଗ୍ରାମ ଉନ୍ନୟନ ପ୍ରକଳ୍ପ ନିର୍ଦେଶକ ପ୍ରିୟରଞ୍ଜନ ପୃଷ୍ଟି, ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଧେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ କୁମାର ବେହେରା, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ସହିତ ବିଭିନ୍ନ ମଠର ମହନ୍ତମାନେ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମର ସଂଯୋଜନା ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଦତ୍ତ ଦାସ କରିଥିଲେ।

Leave A Reply

Your email address will not be published.