କେନ୍ଦୁଝର,ତା୨/୧୨- କେନ୍ଦୁଝର ଇନରହୁଇଲ କ୍ଲବ ୩୨୬ ପକ୍ଷରୁ ଆଜି କେନ୍ଦୁଝର ସଦରମହକୁମାରେ ଅରେଞ୍ଜ ଦି ୱାର୍ଲଡ ଷ୍ଟପ ଭାଓଲେନ୍ସ ଏଗେନଷ୍ଟ ଓମେନ ଏଣ୍ଡ ଗାର୍ଲ ଚାଇଲଡ କାର୍ଯ୍ୟକ୍ରମ ସଭାନେତ୍ରୀ ସୋନାଲି ସିଂଙ୍କ ନେତୃତ୍ୱରେ ଆୟୋଜିତ ହୋଇଯାଇଛି। କେନ୍ଦୁଝରସ୍ଥ ଶକ୍ତି ସଦନ ନିକଟରୁ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରି ଓପନ ସେଲଟରରେ ଶେଷ ହୋଇଥିଲା।ଏହି ଶୋଭାଯାତ୍ରାକୁ କେନ୍ଦୁଝର ପୌର ଅଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁ ଉଦଘାଟନ କରି ଉଦବୋଧନ ଦେଇ କହିଲେ ଯେ ନାରୀ ଓ ବାଳିକା ମାନଙ୍କ ସୁରକ୍ଷା ପାଇଁ ଆମକୁ ଯତ୍ନବାନ ହୋଇ କାମ କରିବାକୁ ପଡିବ ଏବଂ ସମାଜରେ ନାରୀ ମାନଙ୍କ ସ୍ଥିତିକୁ ସୁଦୃଢ କରିବାକୁ ପଡିବ। ସମ୍ପାଦିକା ସର୍ବାଣି ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅଞ୍ଜୁ ସାହୁ, ଇଶୋ, ନିଲମ ସାହୁ, ଶେଫାଳିକା ମହାନ୍ତି, ପ୍ରଣତି ମହାପାତ୍ର, ସବିତା ବେହେରା, ରିତା କାପୁର, ମିନତୀ ମହାପାତ୍ର, ପଙ୍କଜିନୀ ରାଉତ, ନିରୁପମା ସ୍ୱାଇଁ, ରାଜଲକ୍ଷ୍ମୀ ସ୍ୱାଇଁ, ସସ୍ମିତା ପ୍ରଧାନ, ଶକ୍ତି ସଦନ ସୁପରିଟେଣ୍ଡେଣ୍ଟ ଗୀତାଞ୍ଜଳି ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ପ୍ରକଳ୍ପ ନିର୍ଦ୍ଦେଶକ ବିପ୍ଳବ ମିଶ୍ର ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ।
Sign in
Sign in
Recover your password.
A password will be e-mailed to you.