ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟରେ ବିଶ୍ଵ ଏଡସ୍ ଦିବସ , ଅଧ୍ଯକ୍ଷା ଡ. ରୀନା ସାହୁଙ୍କ ଦ୍ଵାରା ଆନୁଷ୍ଠାନିକ ଭାବେ ପାଳନ କରାଯାଇଛି। ଆଜିର ଦିବସର ତାତ୍ପର୍ଯ୍ୟ ସଂପର୍କରେ ଅଧ୍ଯକ୍ଷା ମତବ୍ୟକ୍ତ କରିଥିଲେ ଯେ, ଆଜି ସମଗ୍ର ବିଶ୍ଵ ଏଡସ୍ ରୋଗର ଭୟାବହତାକୁ ଉପଲବ୍ଧି କରି ଏହାର ନିରାକରଣ ନିମନ୍ତେ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିବା ସହ ଆଜିର ଯୁବ ପିଢିମାନେ କିଭଳି ଦାୟିତ୍ଵ ବହନ କରିବା ଦରକାର।
ସେହି ଭଳି ବରିଷ୍ଠ ଅଧ୍ୟାପିକା ଡ଼.ଭାରତୀ ପାଣିଗ୍ରାହୀ ଏଡ଼ସ୍ ରୋଗ କିଭଳି ଏକ ଯୌନ ସଂସର୍ଗ
ରୋଗ ଏହାକୁ ରୋକିବା ପାଇଁ କି ପଦକ୍ଷେପ କରିବା ଆବଶ୍ୟକ ସେ ସଂପର୍କରେ ପ୍ରାଞ୍ଜଳ ଭାବେ କହିବା ସହ ଏଡ଼ସ୍ ରୋଗକୁ ଘୃଣା କରିବା କିନ୍ତୁ ରୋଗୀକୁ ନୁହେଁ ଏହି ବାର୍ଭା ପ୍ରଦାନ କରିଥିଲେ ।
ଏନ୍.ଏସ୍.ଏସ୍ ଏବଂ ରେଡକ୍ରସ୍ ଦାୟିତ୍ଵରେ ଥିବା ଅଧ୍ୟାପିକା ସୁଶ୍ରୀ ମଧୁସ୍ମିତା ପ୍ରଧାନ ଏବଂ ଶ୍ରୀ କୃଷ୍ଣଚନ୍ଦ୍ର ପଣ୍ଡିତ୍ ଏଡ଼ସ୍ ରୋଗର ଉତ୍ପତ୍ତି ଏହାର ସଂକ୍ରମଣର ମାଧ୍ୟମ, ନିରାକରଣ ଏବଂ ଏଥିପ୍ରତି ବିପୁଳ ମାତ୍ରାରେ ସଚେତନତା ସୃଷ୍ଟିର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅନ୍ୟ ସମସ୍ତ କର୍ମଚାରୀ ଏବଂ ଛାତ୍ରୀମାନେ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଶେଷରେ ଅଧ୍ୟାପକ ଶ୍ରୀ କୃଷ୍ଣଚନ୍ଦ୍ର ପଣ୍ଡିତ୍ ଧନ୍ୟବାଦ୍ ଅର୍ପଣ ପୂର୍ବକ ସଭା ସାଙ୍ଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post