ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ବିଶ୍ଵ ଏଡସ ଦିବସରେ ଏଡସ ସଚେତନତା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ ରହି କହିଲେ ଏଡସକୁ ଆୟୁର୍ବେଦରେ ଓଜଃକ୍ଷୟ କୁହାଯାଏ। ଓଜଃ ବା ଇମ୍ୟୁନିଟି କମିଗଲେ ସମସ୍ତ ଜୀବାଣୁ ଭୂତାଣୁ ବ୍ୟାପିବା ସହଜ ହୁଏ। ଏଚ୍ ଆଇ ଭି ଭୂତାଣୁ ସଂକ୍ରମଣ ଦ୍ଵରା ଏହି ରୋଗ ହୁଏ। ଅଶୋଧିତ ଛୁଞ୍ଚି,ଏଡସ ରୋଗୀର ରକ୍ତ ନେବା, ଆକ୍ରନ୍ତ ସହ ଯୌନ ସମ୍ପର୍କ, ଆକ୍ରାନ୍ତ ମା ଠାରୁ ଜନ୍ମିତ ଶିଶୁ ଏଡସ ରୋଗାକ୍ରାନ୍ତ ହୁଅନ୍ତି। ଇମ୍ମ୍ୟୁନିଟି କ୍ଷୟ ଅଧିକ ଧାତୁକ୍ଷୟ,ଉତ୍ତମ ଖାଦ୍ୟ ଅଭାବ, ଚିନ୍ତା, କ୍ରୋଧ ଦ୍ଵାରା ହୁଏ। ସରକାରୀ ସ୍ତରରେ ସମସ୍ତ ଚିକିତ୍ସା ଯୋଗାଇ ଦିଆଯାଉଛି ଏହାର ସୁଯୋଗ ନିଅନ୍ତୁ।ପ୍ରତିଦିନ ଯୋଗ ଆସନ ପ୍ରାଣାୟାମ କରନ୍ତୁ। ସବୁ କାରଣ ଗୁଡ଼ିକ ଛାଡି ପ୍ରତିଦିନ ଆଧୁନିକ ଚିକିତ୍ସା ସହ ଇମ୍ୟୁନିଟି ବୃଦ୍ଧି ଓ ଉପଦ୍ରବ ଶାନ୍ତି ପାଇଁ ଗୁଳୁଚି, ତୁଳସୀ, ନିମ୍ବ, ବେଲ ପତ୍ର ଓ ଅଶ୍ଵଗନ୍ଧା ଚେର ଖାଆନ୍ତୁ।
ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ, ଅମ୍ଳପିତ୍ତ, ସ୍ତ୍ରୀରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରିଥିଲେ। ସମାଜସେବୀ ଶ୍ରୀନିବାସ ଶିବିର ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.