୭୬ତମ ସମ୍ବିଧାନ ଦିବସରେ ବିଜେପୁରରେ ବିରାଟ ଜନସମାବେଶ

0

୭୬ତମ ସମ୍ବିଧାନ ଦିବସରେ ବିଜେପୁରରେ ବିରାଟ ଜନସମାବେଶବୀର ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଓ ସମ୍ବିଧାନ ପ୍ରଣେତା ଡ଼ା. ବାବା ସାହେବ୍ ଆମ୍ବେଦକରଙ୍କ ସ୍ମୃତିରେ ଅନୁଷ୍ଠିତ ଅଭିଯାନ

ବିଜେପୁର:-ବରଗଡ଼ ଜିଲ୍ଲାର ବିଜେପୁର ସହର ସ୍ଥିତ ପଡ଼ିଆ ଠାରେ ୭୬ତମ ସମ୍ବିଧାନ ଦିବସ ଅବସରରେ ଏକ ବିରାଟ ଜନସମାବେଶ ଆୟୋଜିତ ହେଲା। ଧର୍ତୀ ଆବ୍’ବା ବୀର ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଓ ୨୬ ନଭେମ୍ବର ୧୯୪୯ରେ ଭାରତୀୟ ସମ୍ବିଧାନ ଗ୍ରହଣ ଦିବସ ପାଳନ କରିବା ପାଇଁ ସକାଳ ୮ଟାରୁ ଏକ ଅତ୍ୟନ୍ତ ଭବ୍ୟ ଶୋଭାଯାତ୍ରାରେ ଏକ ବିରାଟ ପଟୁଆରରେ ବାହାରି ସହର ପରିକ୍ରମା କରିଥିଲେ। ପରେ ପଡ଼ିଆ ଠାରେ ଆୟୋଜିତ ସାଧାରଣ ସଭା ସଭାପତି ଭାବେ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସନ୍ତୋଷ ବାଗ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ମଞ୍ଚରେ ବହୁଜନ ବିକାଶ ଓ ସୁରକ୍ଷା ସଂଘର ରାଜ୍ୟ କାର୍ଯ୍ୟକାରିଣୀ ଧିମାନ୍ ବାବୁଲୁ ବିଭାର ମୁଖ୍ୟ ଅତିଥି,ସମ୍ମାନୀତ ଅତିଥି ଭାବେ ଧିମାନ୍ ବଳରାମ ବିଭାର, ପ୍ରବୁଦ୍ଧ ଭାରତ ସଂଘର ସଭାନେତ୍ରୀ ଧୀମତୀ ପଦ୍ମାଳୟା ଦୀପ, ଲକ୍ଷେଘର ସମାଜ ସଭାପତି ଧୀମାନ୍ ଗୋଲାପ ପାଇକ, ସମାଜସେବୀ ତଥା ଦଳିତ ସଂଗଠକ ବାଳକିଶୋର ଛତର ,ପହଣ୍ଡି ଗ୍ରାମପଞ୍ଚାୟତ ସରପଞ୍ଚ ନବୀନ ମହାନନ୍ଦ, ଟି ଗଣ୍ଡପାଲି ଗ୍ରାମପଞ୍ଚାୟତ ସରପଞ୍ଚ ଦିଲିପ ଦୀପ, ସୁରେଖା ଭୋଇ, ଜଗଦୀଶ ଲୁହା ଆଦି ମଞ୍ଚାସୀନ ଥିଲେ। ମୁଖ୍ୟ ବକ୍ତା ଭାବେ ଧୀମାନ୍ ଡ଼ା. ରମେଶ ଚନ୍ଦ୍ର ମହାନନ୍ଦ, ପଞ୍ଚାୟତ ସମିତି ମୁରିବାହାଲ କଲେଜର ଅଧ୍ୟକ୍ଷ, ସ୍ବତଃସ୍ଫୂର୍ତ୍ତ ଉପସ୍ଥାପନା କରିଥିଲେ।ସଭାରେ ମୁଖ୍ୟବକ୍ତା ଡ଼ା ମହାନନ୍ଦ ବୀର ବିର୍ସା ମୁଣ୍ଡାଙ୍କ ଜୀବନୀ, ସେମାନଙ୍କର ଅଦମ୍ୟ ଆନ୍ଦୋଳନ ଓ ଆଦିବାସୀ ଅଧିକାର ସୁରକ୍ଷା ପାଇଁ କରାଥିବା ତ୍ୟାଗର କଥା ସ୍ମରଣ କରିଥିଲେ। ବୀର୍ସା ମୁଣ୍ଡା ୧୯ଶତାବ୍ଦୀରେ ଭାରତୀୟ ଆଦିବାସୀ ମହଲ ପାଇଁ ଯେଉଁ ଯୁଦ୍ଧ ଆରମ୍ଭ କରିଥିଲେ, ତାହା ଆଜି ପର୍ଯ୍ୟନ୍ତ ସମାଜକୁ ପ୍ରେରଣା ଦେଇ ଆସୁଛି। ସଭାରେ ସେମାନଙ୍କୁ ଆଦିବାସୀ ସ୍ୱତ୍ୱ, ଅଧିକାର ଓ ସ୍ଵାଭିମାନର ପ୍ରତୀକ ଭାବେ ଭାବାନୁଭୂତି ସହ ସ୍ମରଣ କରାଯାଇଥିଲା। ଏହାସହ କଥା ହେଲା ସମ୍ବିଧାନ ପ୍ରଣେତା ବାବା ସାହେବ୍ ଡ଼ା. ଭୀମରାଓ ଆମ୍ବେଦକରଙ୍କ ଜୀବନ ଦର୍ଶନ, ସେମାନଙ୍କର ସାମାଜିକ ସୁଧାର ଅଭିଯାନ ଓ ସମାନ ଅଧିକାର ପାଇଁ ଦେଶକୁ ଦିଆଯାଇଥିବା ଅମର ସଂଘର୍ଷ ଉପରେ। ବକ୍ତାମାନେ ଉଲ୍ଲେଖ କଲେ ଯେ ଡ଼ା. ଆମ୍ବେଦକର ଭାରତ ପାଇଁ କେବଳ ଏକ ସମ୍ବିଧାନ ଲେଖିନଥିଲେ ବଂର ସେ ଏକ ସାମାଜିକ ବିପ୍ଲବର ପଥ ଖୋଲିଥିଲେ। ସମ୍ବିଧାନର ମୂଳ ମନ୍ତ୍ର—ନ୍ୟାୟ, ସ୍ୱାଧୀନତା, ସମତା ଓ ଭାଇଚାରା—ଆଜିକୁ ମଧ୍ୟ ଦେଶକୁ ଶକ୍ତି ଦେଇ ଆସୁଛି। ସଭାରେ ଯୋଗଦେଇ ଥିବା ଅତିଥି ଗଣ ସମ୍ବିଧାନ ରକ୍ଷା, ସମାଜର ଦୁର୍ବଳ ବର୍ଗଙ୍କ ଅଧିକାର ସୁରକ୍ଷା, ଆଦିବାସୀ ଓ ଅନ୍ୟାନ୍ୟ ଅବହେଳିତ ମହଲ ପାଇଁ ରାଷ୍ଟ୍ରୀୟ ସ୍ତରରେ ନୀତି ଶକ୍ତି କରଣ ପରି ବିଷୟରେ ସକ୍ରିୟ ମତ ପ୍ରକାଶ କରିଥିଲେ। ଅନ୍ତେ ସମାବେଶରେ ସମ୍ବିଧାନକୁ ଶକ୍ତିଶାଳୀ ଭାବେ ପାଳନ କରିବା, ସାମଜିକ ସମାନତା ଗଢ଼ିବା ଓ ବୀର୍ସା ମୁଣ୍ଡା ଓ ଆମ୍ବେଦକରଙ୍କ ଆଦର୍ଶକୁ ଜୀବନରେ ପ୍ରଯୋଜନ କରିବାର ଶପଥ ନିଆଯାଇଥିଲା। ଏହି ଉତ୍ସବ ବିଜେପୁର ଅଞ୍ଚଳରେ ସାମାଜିକ ଜାଗୃତି ଓ ସମ୍ବିଧାନ ସଚେତନତାକୁ ନୂଆ ଦିଗ ଦେଇଥିଲା।

Leave A Reply

Your email address will not be published.