ବେଆଇନ ଖଣିଜ ଦ୍ରବ୍ୟ ଚୋରା ଚାଲାଣ, ୨ ବାଲି ବୋଝେଇ ହାଇୱା ସହିତ ଚାଳକ ଅଟକ

0

ଓଡ଼ଗାଁ,୨୮/୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ପୋଲିସ ବେଆଇନ ଖଣିଜ ପଦାର୍ଥ ଚୋରା ଚାଲାଣ ୨ ବାଲି ବୋଝେଇ ହାଇୱା ସହିତ ୨ ଚାଳକ ଅଟକ ଥିବା ବେଳେ ୩୫୫/୨୫ ଏବଂ ୩୫୬/୨୫ ନମ୍ବରରେ ବେଆଇନ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ଆଇନ ଅନୁସାରେ ୨ଟି ପୃଥକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି।ଏଏସଆଇ ମନୋରଞ୍ଜନ ଦେହୁରୀ ଏବଂ ଦେବରାଜ ସ୍ବାଇଁ ଶୁକ୍ରବାର ପ୍ରାତଃ କାଳରେ ପାଟୋଲିଙ୍ଗରୁ ଫେରୁଥିବା ବେଳେ ଓଡି୨୫ଏନ୧୧୧୩ ନମ୍ବର ବିଶିଷ୍ଟ ବାଲି ବୋଝେଇ ହାଇୱାକୁ ଓଡ଼ଗାଁ ସୀମାନ୍ତ ବାହାଡ଼ାପିଠା ଠାରୁ ଏବଂ ଓଡି୦୨ବିୱାଇ୬୯୪୫ ନମ୍ବର ବିଶିଷ୍ଟ ବାଲି ବୋଝେଇ ହାଇୱାକୁ ଓଡ଼ଗାଁ ସିନେମା ହଲ ଛକରୁ ନିଜ ହେପାଜତକୁ ଆଣି ଓଡ଼ଗାଁ ଥାନା ନିକଟକୁ ଆଣିଥିଲେ। ଏବଂ ଚାଳକ ଅଜିତ ବେହେରା(୩୩) ଏବଂ ରଞ୍ଜନ ଦଳେଇ(୪୫)ଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି।ସୂଚନା ଯୋଗ୍ୟ ଯେ ରାତିରେ ବହୁ ସଂଖ୍ୟକ ହାଇୱା ମାଧ୍ୟମରେ ଖଣିଜ ଦ୍ରବ୍ୟ ବେଆଇନ ବାଲି କେବଳ ନୟାଗଡ଼ ଜିଲ୍ଲା ନୁହେଁ ବିଭିନ୍ନ ଗଳା ରାସ୍ତା ଦେଇ ଅନ୍ୟ ଜିଲ୍ଲା ମାନଙ୍କୁ ଚୋରା ଚାଲାଣ ହେଉଥିବା କାରଣରୁ ରାସ୍ତା ଗୁଡ଼ିକର ଅସ୍ତିତ୍ବ ଲୋପ ପାଇବାକୁ ବସିଲାଣି। ଏନେଇ ନୟାଗଡ଼ ଜିଲ୍ଲାପାଳଙ୍କ ନିକଟରେ ବାରମ୍ବାର ଅଭିଯୋଗ ସତ୍ବେ ଚାଲାଣକାରିମାନେ ଆଇନକୁ ଭୃକ୍ଷେପ ନକରି ସେମାନଙ୍କ ଚୋରା ଚାଲାଣ ଜାରି ରଖିଛନ୍ତି।

Leave A Reply

Your email address will not be published.