ଓଡ଼ଗାଁ,୨୭।୧୧(ଶ୍ରୀକାନ୍ତ କୁମାର ମିଶ୍ର):ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସରଣକୁଳ ଥାନା ଅଞ୍ଚଳର ବରସାହି ନୂଆଗାଁ ନିକଟ ସିଙ୍ଗାରପୁର ପାହାଡ଼ ଉପରେ ଭକ୍ତିଶ୍ବର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ବାଲ୍ୟ ବିବାହ ଚାଲିଥିବା ବେଳେ ନୟାଗଡ଼ ଚାଇଲଡ ହେଲ୍ପଲାଇନ ଏବଂ ଶରଣକୂଳ ପୋଲିସ ବୁଧବାର ରାତି ୧୧ଟା ବେଳେ ମିଳିତ ଭାବେ ଚଢ଼ାଉ କରି ବିବାହ ବନ୍ଦ କରିଥିବା ବେଳେ ନାବାଳିକାଙ୍କୁ ନେଇ ନୟାଗଡ଼ ସଖି ଗୃହରେ ରଖିଛନ୍ତି।ତେବେ ଗୁରୁବାର ସନ୍ଧ୍ୟା ପର୍ଯ୍ୟନ୍ତ କେହି ଘରଲୋକ ସଖି ଗୃହକୁ ଆସି ନାବାଳିକାଙ୍କୁ ଭେଟି ନାହାନ୍ତି। ସୂଚନା ଥାଉକି ସରଣକୂଳ ଥାନା ନୂଆଗାଁ ବରସାହି ସିଙ୍ଗାରପୁର ଗ୍ରାମର ଆଦିତ୍ୟ ନାହାକ ତା’ ପରିବାର ଲୋକଙ୍କ ଉପସ୍ଥିତିରେ ଶିବ ମନ୍ଦିରରେ ଜଣେ ନାବାଳିକାକୁ ବିଵାହ କରୁଥିବା ବେଳେ ଖବର ପାଇ ନୟାଗଡ଼ ଶିଶୁ ସୁରକ୍ଷା ମଞ୍ଚ ତରଫରୁ ସୁଜାତା ବେହେରା ଏବଂ ବିଭୂତି ଭୂଷଣ ସାହୁ ସରଣକୁଳ ପୋଲିସ ସହାୟତାରେ ଘଟଣା ସ୍ଥଳରେ ପହଞ୍ଚି ବାଲ୍ୟ ବିବାହ ରୋକିବା ସହିତ ନାବାଳିକା କନ୍ୟାଙ୍କୁ ପରାମର୍ଶ ଦେଇ ସୁରକ୍ଷାମୂଳକ ଉପାୟ ଗ୍ରହଣ କରିଥିଲେ। ଏବଂ ବିବାହ ବେଳେ ନାବାଳିକାଙ୍କ ତରଫରୁ କେହି ଅଂଶଗ୍ରହଣ କରିନଥିଲା ବେଳେ ବର ଘର ତରଫରୁ ଉପସ୍ଥିତ ଅଭିଭାବକ ଓ ଆୟୋଜକମାନେ ବାଲ୍ୟ ବିବାହ ଆଇନ (ପିସିଏମଏ-୨୦୦୬) ଅନୁଯାୟୀ ଏହା ଅବୈଧ ଓ ଦଣ୍ଡନୀୟ ଅଫେନ୍ସ ବୋଲି ସଚେତନ କରାଇଥିଲେ।
Sign in
Sign in
Recover your password.
A password will be e-mailed to you.