ଓଡ଼ଗାଁ ଥାନାରେ ୧୪ରୁ ଉର୍ଦ୍ଧ୍ବ ପଶ୍ଚିମବଙ୍ଗ ବେପାରୀଙ୍କ ପରିଚୟ ଯାଞ୍ଚ କାର୍ଯ୍ୟ ଆରମ୍ଭ, ୧୪ ଜଣଙ୍କ ଫୋନ ଅଟକ

0

ଓଡ଼ଗାଁ,୨୮।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ରହିଆସୁଥିବା ଅଜଣା ଲୋକଙ୍କ ସମ୍ପର୍କରେ ଓଡ଼ଗାଁ ଥାନା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିବା ବେଳେ ପ୍ରାଥମିକ ଭାବେ ଗୁରୁବାର ଓଡ଼ଗାଁ ଏନ୍ଏସି ତଥା ଆଖପାଖ ଅଞ୍ଚଳର ୧୪ରୁ ଉର୍ଦ୍ଧ୍ବ ଅଜଣା ପଶ୍ଚିମବଙ୍ଗ ବେପାରିଙ୍କୁ ଥାନାକୁ ଡ଼ାକି ସେମାନଙ୍କ ପରିଚୟ ବୁଝିବା କାର୍ଯ୍ୟ ଆରମ୍ଭ ହୋଇଛି । ଓଡ଼ଗାଁ ଏନ୍ଏସି ସହାୟତାରେ ଓଡ଼ଗାଁ ଥାନା ଆଇଆଇସିଙ୍କ ନେତୃତ୍ୱରେ ଏନଏସି ଅଞ୍ଚଳରେ ରହୁଥିବା ଅଜଣା ବାଙ୍ଗଲାଦେଶି ଲୋକ ମାନଙ୍କୁ ଥାନାକୁ ଡ଼ାକି ସେମାନଙ୍କର ସମସ୍ତ ତଥ୍ୟ ସଂଗ୍ରହ କରାଯାଇଛି । ଆଧାର କାର୍ଡ, ଭୋଟର କାର୍ଡ, ଫୋନ୍ ନମ୍ୱର୍ ସଂଗ୍ରହ କରାଯାଇଥିବା ବେଳେ ବିଶେଷ କରି ସେମାନଙ୍କ ଫୋନର କଲରେକଡ ଯାଞ୍ଚ ପାଇଁ ୧୪ ଜଣଙ୍କ ଫୋନକୁ ଥାନାରେ ଅଟକ ରଖାଯାଇଥିବା ଜଣାପଡିଛି । ସମସ୍ତ ତଥ୍ୟ ସଂଗ୍ରହ ପରେ ଯାଞ୍ଚ ପାଇଁ ତଦନ୍ତ କାରୀ ସଂସ୍ଥା ନିକଟକୁ ପଠାଇ ଦିଆଯିବ । ଏବଂ ଯାଞ୍ଚ ପ୍ରକ୍ରିୟା ସରିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଓଡ଼ଗାଁ ଥାନା ଆଇଆଇସି ଅଭୟ ବେହେରା କହିଛନ୍ତି । ଏବଂ ଯେଉଁ ଘର ମାଲିକ ମାନେ ଘରଭଡ଼ା ଦେଉଛନ୍ତି, ସେମାନଙ୍କ ଉଚିତ୍ ପରିଚୟପତ୍ର ବିନା ଘର ନଦେବାକୁ ଥାନା ତରଫରୁ ତାଗିଦ୍ କରାଯାଇଛି । ତେବେ ଥାନା ଅଞ୍ଚଳରେ ଏହି ତଦନ୍ତ କାର୍ଯ୍ୟାନୁଷ୍ଠାନ ଜାରିରହିବ । ସୂଚନା ଥାଉକି ଓଡ଼ଗାଁ ଅଞ୍ଚଳର କିଛି ସଙ୍ଗଠନଙ୍କ ଅଭିଯୋଗ କ୍ରମେ ପଶ୍ଚିମ ବଙ୍ଗର ମୂର୍ଷିଦାବାଦରୁ ବେପାର ପାଇଁ ଆସି ଓଡ଼ଗାଁ ଖେଳପଡିଆ, ସିନେମାହଲଛକ ଇତ୍ୟାଦି ସ୍ଥାନରେ ଦୀର୍ଘ ଦିନ ଧରି ରହିଆସୁଥିବା ୧୪ରୁ ଉର୍ଦ୍ଧ୍ବ ଅଜଣା ବେପାରି ମାନଙ୍କୁ ଡ଼ାକି ଓଡ଼ଗାଁ ପୋଲିସ ପ୍ରାଥମିକ ଅନୁସନ୍ଧାନ ଆରମ୍ଭ କରିଛନ୍ତି । ଯାଞ୍ଚ ଅଥରିଟିଙ୍କ ଠାରୁ ସୂଚନା ମିଳିବା କ୍ରମେ ସେମାନଙ୍କ ପ୍ରକୃତ ପରିଚୟ ଜଣା ପଡ଼ିଲେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ । ଏବଂ ଏକ ବିଶେଷ ସୂଚନା ଅନୁସାରେ ବ୍ୟବସାୟୀମାନେ ପାଖରେ ଥିବା ବିକ୍ରୟ ଦ୍ରବ୍ୟ ଗୁଡ଼ିକୁ ତୁରନ୍ତ ଖାଲି କରି ଡିସେମ୍ବର ୧ ବେଳକୁ ଓଡ଼ଗାଁ ଛାଡ଼ି ନିଜ ରାଜ୍ୟକୁ ଫେରି ଜିବେ ।

Leave A Reply

Your email address will not be published.