ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ପୁରୁଣା ତନରଡା ଗ୍ରାମ ସରକାରୀ ପାଠାଗାର ନିକଟ ଦେଇ ଯାଇଥିବା ତଳ ସାହି ଡ୍ରେନ୍ ଟି ଦୀର୍ଘ ଦିନ ହେବ ଭାଙ୍ଗିଯାଇଥିବା ବେଳେ ଏହାର ମରାମତି ପାଇଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ କରାଯାଉନଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ବୁଦ୍ଧିଜୀବୀ ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ରାମହରି ପାତ୍ର I ପ୍ରାଧ୍ୟାପକ ଶ୍ରୀ ପାତ୍ରଙ୍କ କହିବା ପ୍ରକାରେ ଗତ ଫେବୃୟାରୀ ମାସରୁ ଡ୍ରେନ୍ ଟି ଭାଙ୍ଗି ଯାଇ ଶୋଚନୀୟ ଅବସ୍ଥାରେ ରହିଛି I
ଫଳରେ ଏହି ନର୍ଦ୍ଦମାର ମଇଳା ପାଣି ରାସ୍ତା ଉପରେ ପୂତିଗନ୍ଧମୟ ପରିସ୍ଥିତି ସୃଷ୍ଟି କରୁଛି I ଏନେଇ ଶ୍ରୀ ପାତ୍ର ନର୍ଦ୍ଦମାର ଆବଶ୍ଯକ ମରାମତି ନିମନ୍ତେ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅବଗତ କରାଇଥିଲେ I ବିଡିଓଙ୍କ କାର୍ଯ୍ୟାଳୟ ତରଫରୁ ତନରଡା ପଞ୍ଚାୟତର କନିଷ୍ଠ ଯନ୍ତ୍ରୀଙ୍କୁ ଉକ୍ତ ଅଭିଯୋଗ ବିଷୟରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା I ସଂପୃକ୍ତ କନିଷ୍ଠ ଯନ୍ତ୍ରୀ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରି ଡିପିଆର୍ ପ୍ରସ୍ତୁତ କରି ବିଡିଓଙ୍କର ଅନୁମୋଦନ କରାଇବା ସହିତ ପ୍ରାଧ୍ୟାପକ ଶ୍ରୀ ପାତ୍ରଙ୍କୁ ଡ୍ରେନ୍ ମରାମତି ନିମନ୍ତେ ଅର୍ଥ ମଞ୍ଜୁର ହୋଇଥିବା ନେଇ ଫୋନ୍ ମାଧ୍ୟମରେ ଜଣାଇଥିଲେ I କିନ୍ତୁ ଏହାକୁ କିଛି ଦିନ ବିତି ଯିବା ପରେ ପରବର୍ତ୍ତୀ ସମୟରେ ଶ୍ରୀ ପାତ୍ର ଫୋନ୍ କଲେ ମଧ୍ୟା ଏହାର କୌଣସି ଉତ୍ତର ମିଳୁନନଥିବା ଅଭିଯୋଗ କରିବା ସହ ନର୍ଦ୍ଦମାର ମରାମତି ବିଷୟରେ ଏଯାବତ୍ ସରକାରୀ ସ୍ତରରେ କୋଣସି ତତ୍ପରତା ଦେଖାଯାଇନଥିବା ଅଭିଯୋଗ କରିଛନ୍ତି ଶ୍ରୀ ପାତ୍ର I ଏଥିପାଇଁ ସେ ସରକାରୀ ସ୍ତରର ଉଦାସୀନତା ହିଁ ଦାୟୀ ବୋଲି ପ୍ରକାଶ କରିଛନ୍ତି I
Sign in
Sign in
Recover your password.
A password will be e-mailed to you.
Prev Post