ଝାରବନ୍ଧ – ମନୋହର ଦାଶ: ପଦ୍ମପୁର ଉପଖଣ୍ଡ ଝାରବନ୍ଧ ମଣ୍ଡଳର ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ଝାରବନ୍ଧ ଠାରେ ଡଃ ମୋହନ ପ୍ରସାଦ ନାୟକଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ସର୍ବସମ୍ମତିକ୍ରମେ ଭାରତୀୟ ଜନତା ପାର୍ଟିର ଝାରବନ୍ଧ ଯୁବ ମୋର୍ଚ୍ଚା ସଭାପତି ଭାବେ ସତ୍ୟଭୂଷଣ ସାହୁ ନିର୍ଦ୍ୱନ୍ଦ୍ୱରେ ମନୋନୀତ ହୋଇଛନ୍ତି।
ସେହିପରି ମହିଳା ମୋର୍ଚ୍ଚାରୁ ସୁଜାତା ରାଣୀ ବାଗ, କୃଷକ ମୋର୍ଚ୍ଚାରୁ ଧନୁର୍ଜ୍ୟ ସାହୁ, ହରିଜନ ମୋର୍ଚ୍ଚାରୁ ଗୌତମ ଅଜଗର, ଆଦିବାସୀ ମୋର୍ଚ୍ଚାରୁ ସାହାନୁ ନାୟକ, ଓବିସି ମୋର୍ଚ୍ଚାରୁ କମଳ ରାଉତ ଏବଂ ସଂଖ୍ୟାଲଘୁ ମୋର୍ଚ୍ଚାରୁ ରେଣୁକା ରାଣୀ ନନ୍ଦ ସଭାପତି ରୂପେ ମନୋନୀତ ହୋଇଛନ୍ତି।
ଏହି ବୈଠକରେ ଭାଜପା ମଣ୍ଡଳ ସଭାପତି ସତ୍ୟମ ପ୍ରଧାନ, ବରଗଡ଼ ସାଂସଦ ପ୍ରତିନିଧି ହରିହର ସାହୁ, ଜଗଦଳପୁର ମଣ୍ଡଳର ପୂର୍ବତନ ସଭାପତି ହରେକୃଷ୍ଣ ପଟେଲ, ବିନୋଦ ବିହାରୀ ବାଗ, ସାମନ୍ତ ସେଖର ମୁନ୍ନା, ଦ୍ୱିତୀୟା ଭୋଇ, ସତ୍ୟାନନ୍ଦ ପଧାନ, କିଶୋର କୁମ୍ଭାର, ମନୋରଞ୍ଜନ ବିସ୍ୱାଳ, ସୁବାଶ ଗଡ଼ତିଆ, ଗମ୍ଭୀର ବାଗ, ପିତାମ୍ବର ନାୟକ, ମୋହିତ ତାଣ୍ଡି, ସରତ୍ ଚନ୍ଦ୍ର ଥପା, ଫୁଲବାବୁ କୁମ୍ଭାର ଏବଂ ବହୁ ସଂଖ୍ୟାରେ ଭାଜପା କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post