ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଆଜି ନଭେମ୍ବର ମାସ ୨୬ ତାରିଖ କୁ ସମ୍ବିଧାନ ବଞ୍ଚାଅ ଦିବସ ଭାବେ ପାଳନ କରିବାକୁ ପିସିସି ସଭାପତି ଭକ୍ତ ଚରଣ ଦାସ ଓ ଏଆଇସିସି ଙ୍କ ନିର୍ଦ୍ଦେଶ କ୍ରମେ ଆଜି ଗଜପତି ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଶ୍ରୀ ଯୁକ୍ତ ଦାସରଥି ଗମାଙ୍ଗ ଙ୍କ ଉପସ୍ଥିତି ରେ କଂଗ୍ରେସ କାର୍ଯ୍ୟାଳୟ ପରିସରରେ କାର୍ଯ୍ୟକ୍ରମ ହୋଇଥିଲା।
କାର୍ଯ୍ୟକ୍ରମ ପୂର୍ବରୁ ସର୍ବ ପ୍ରଥମେ ଜାତିର ପିତା ସ୍ୱର୍ଗୀୟ ମହାତ୍ମା ଗାନ୍ଧୀଙ୍କ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ତାପରେ ପୂର୍ବତନ ବିଧାୟକସ୍ୱର୍ଗୀୟ ତ୍ରିନାଥ ସାହୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ତାପରେ ଏକ ସଭା ଯାତ୍ରା ବାହାରି ନୂଆବସ ଷ୍ଟାଣ୍ଡ ନିକଟରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।
ଆଜିର ସମ୍ବିଧାନ ବଞ୍ଚାଅ ଦିବସ ଉଦ୍ଦେଶ୍ୟ ହେଉଛି ସଂପ୍ରତି ଆମ ଦେଶର ସାମ୍ବିଧାନିକ ବ୍ୟବସ୍ଥା ପ୍ରତି ହେଉଥିବା କୁଠାରାଘାତ ତଥା ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକର ଅବମୂଲ୍ୟାୟନ ଦୃଷ୍ଟିରୁ ଏ ବର୍ଷର ‘ସମ୍ବିଧାନ ଦିବସ’ ପାଳନର ମହତ୍ତ୍ବ ବଢ଼ିଯାଇଛି। ଆମ ଦେଶର ସମ୍ବିଧାନରେ ଏହାର ପ୍ରଣେତାମାନେ ଦେଶର ନାଗରିକମାନଙ୍କ ପାଇଁ ନିଶ୍ଚିତ କରିଥିବା ‘ନ୍ୟାୟ , ସ୍ୱାଧୀନତା , ସମାନତା , ଭାତୃଭାବ ତଥା ମୌଳିକ ଅଧିକାର’ ଗୁଡ଼ିକ ପ୍ରତି ବିପଦ ଦେଖାଦେଇଛି। ଏସ୍ଆଇଆର ମାଧ୍ୟମରେ ଭୋଟର ତାଲିକାକୁ ବିକୃତ କରାଯିବା ସହ ଅନ୍ୟାନ୍ୟ ଭୋଟ ଚୋରି ପ୍ରକ୍ରିୟା ଦ୍ୱାରା ଦେଶର ସାମ୍ବିଧାନିକ ଢାଞ୍ଚାକୁ ନଷ୍ଟଭ୍ରଷ୍ଟ କରାଯାଉଛି । ସରକାରଙ୍କ ଏହି ସବୁ କୁକର୍ମକୁ ଲୋକଙ୍କୁ ଜଣାଇବା ଆମ ସମସ୍ତଙ୍କର ନୈତିକ କର୍ତ୍ତବ୍ୟ ବୋଲି ଜିଲ୍ଲା ସଭାପତି ତଥା ମୋହନା ବିଧାୟକ ଶ୍ରୀ ଯୁକ୍ତ ଦିସରଥି ଗମାଙ୍ଗ ତାଙ୍କର ଅଭିଭାଷଣରେ ସୂଚାଇ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ରେ ସୂର୍ଯ୍ୟ ନାରାୟଣ ପାତ୍ର , ସଂଗ୍ରାମ ସାହୁ , ଇଶ୍ଵର ମାଝୀ , ଏସ.ପାପା ରାଓ , ମାମାଲି କାର୍ଜି , ଲବ ସାହୁ , ଜାଖବ ରଇତ , ରାମଚନ୍ଦ୍ର ଦଳେଇ , ଅଭି ପଣ୍ଡା ପ୍ରମୁଖ ନେତା କର୍ମୀଙ୍କ ଙ୍କ ଉପସ୍ଥିତି ଥିଲେ। ଏହି କାର୍ଯ୍ୟକ୍ରମ କୁ ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡା ଙ୍କ ଦ୍ଵାରା ପରିଚାଳିତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.
Prev Post