ବେଦାନ୍ତ ଆଲୁମିନିୟମ କରୁଛି  ପ୍ରଦୂଷଣ ନିୟନ୍ତ୍ରଣ ନିୟମକୁ ଖୋଲା ଖୋଲି ଉଲଂଘନ !

0

କେନ୍ଦ୍ର ସରକାରଙ୍କ ନିକଟରେ ଅଭିଯୋଗ କଲା ଆଞ୍ଚଳିକ ପରିବେଶ ସୁରକ୍ଷା ସଂଘ

ଝରସୁଗୁଡା(ଶାସକ ପ୍ରଶାସକ):ବେଦାନ୍ତ ଆଲୁମିନିୟମ ସମସ୍ତ ପ୍ରକାର ପ୍ରଦୂଷଣ ନିୟନ୍ତ୍ରଣ ନିୟମକୁ ଖୋଲା ଖୋଲି ଉଲଂଘନ କରି ହୀରାକୁଦ ବନ୍ଧ ପ୍ରତି ବିପଦ ସୃଷ୍ଟି କରୁଥିବାରୁ ସେ ସମ୍ପର୍କରେ ଏକ ଉଚସ୍ତରିୟ ତଦନ୍ତ କମିଶନ ଗଠନ କରିବାକୁ ଆଞ୍ଚଳିକ ପରିବେଶ ସୁରକ୍ଷା ସଂଘ ପକ୍ଷରୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯାଇଛି |

ସଂଘ ର ସଭାପତି ସତ୍ୟନାରାୟଣ ରାଓ ଗତ କାଲି ଦିଲ୍ଲୀ ଠାରେ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ସାକ୍ଷାତ କରି ଦେଇଥିବା ଏକ ସ୍ମାରକ ପତ୍ରରେ ଉଲ୍ଲେଖ କରି ଅଭିଯୋଗ କରିଛନ୍ତିଯେ,ଓଡ଼ିଶାର ଜୀବନ ରେଖା କୁହା ଯାଉଥିବା ଭେଡେନ,ଇବ,ଓ ହୀରାକୁଦ ଜଳ ଭଣ୍ଡାର ବେଦାନ୍ତ କାରଖାନା ଦୂଷିତ ଜଳ ଛାଡ଼ି ପ୍ରଦୂଷଣ କରୁଛି |ଏହା ଛଡା ବେଆଇନ ଭାବେ କାରଖାନାରୁ ନିର୍ଗତ ପାଉଁଶ ଇତସ୍ତତଃ ଭାବେ ପକାଉଥିବାରୁ ତାହା ମଧ୍ୟ ପ୍ରଦୂଷଣ ସୃଷ୍ଟିକରୁଛି | ଏହି ବେଆଇନ କାରବାର କେତେକ ସରକାରୀ ଓ ରାଜନୈତିକ ନେତାଙ୍କ ଅସାଧୁ ମେଣ୍ଟ ର ପ୍ରଛନ୍ନ ହାତ ରହିଛି | ଏପରି ଭାବେ କାରଖାନା କର୍ତ୍ତୃପକ୍ଷ ଖୋଲା ଖୋଲି ଭାବେ ପ୍ରଦୂଷଣ ଆଇନର ଉଲଂଘନ କରୁଥିଲେ ମଧ୍ୟ କାରଖାନା ବିରୋଧରେ କୌଣସି ଆଖି ଦୃଶିଆ ଦୃଢ କାର୍ଯ୍ୟାନୁଷ୍ଠାନ କରାଯାଉନାହିଁ | ଅପର ପକ୍ଷରେ ଏହି କାରଖାନାର ବେଆଇନ କାର୍ଯ୍ୟକୁ ବିରୋଧ କରୁଥିବାରୁ ତାଙ୍କ ଓ ତାଙ୍କର ପରିବାର ବର୍ଗ ପ୍ରତି ବିପଦ ଦେଖା ଦେଇଛି | ଏଣୁ ଏସଂକ୍ରାନ୍ତରେ କେନ୍ଦ୍ର ସରକାର ଏକ ଉଚସ୍ତରିୟ ତଦନ୍ତ କମିଟି ଗଠନ କରି କାରଖାନା ବେଆଇନ କାର୍ଯ୍ୟ କରୁଥିବା ସମ୍ପର୍କରେ ଶ୍ରୀ ରାଓ ଏକ ସ୍ମାରକ ପତ୍ର ଦେଇ ଦାବି କରିଛନ୍ତି |

Leave A Reply

Your email address will not be published.