ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ଘୋଷଣା ଦାବୀ : ଗାଇସିଲାଟ ଜନସାଧାରଣ ପକ୍ଷରୁ ଗାଇସିଲାଟ ତହସିଲ ଅଫିସ ସମ୍ମୁଖରେ ଧାରଣା। 

0

ବରଗଡ଼ ଜିଲ୍ଲା ପ୍ରତିନିଧି ନିଳ ଦୀପ/ଗାଇସିଲେଟରୁ କେଦାର ସାହୁ :  : ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ଘୋଷଣା ଦାବିରେ ପଦ୍ମପୁର ଜିଲ୍ଲା ମିଲିତ କ୍ରିୟାନୁଷ୍ଠାନ କିମିଟିର ଆହ୍ବାନ କ୍ରମେ ଗତ ୦୮/୦୧/୨୦୧୯ ଦିନ ଠାରୁ ଜିଲ୍ଲା ମିଲିତ କ୍ରିୟାନୁଷ୍ଠାନ କମିଟି ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଉଛି ।ସେହିକ୍ରମରେ ଗାଇସିଲାଟ ବ୍ଳକ କ୍ରୀୟାନୁଷ୍ଠାନ କମିଟିର ଆବାହକ ଶ୍ରୀ ରଞ୍ଜନ ପଣ୍ଡାଙ୍କ ଆହ୍ବାନରେ ପଦ୍ମପୁର କୁ ଜିଲ୍ଲା ଘୋଷଣା ତଥା ଗାଇସିଲାଟକୁ ଉପଖଣ୍ଡ ମାନ୍ୟତା ଦାବିରେ ଆଜି ଗାଇସିଲାଟ ତହସିଲ ଅଫିସ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ ।ଏହି ଗଣଧାରଣାରେ ବ୍ଳକ ଉପାଧ୍ୟକ୍ଷ ପ୍ରଣୟ ସାହୁ,ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ମଦନ ଦୀପ,ନାଗରିକ କମିଟି ସମ୍ପାଦକ ପ୍ରବିଣ ପାଣିଗ୍ରାହୀ,ସମିତିସଭ୍ୟ ସଙ୍ଘର ସଭାପତି ଦେବେନ ଯୋଷୀ,ସରପଞ୍ଚ ସଙ୍ଘର ସଭାପତି ସରୋଜ ସାହୁ,ଓକିଲ ସଂଘ ପକ୍ଷରୁ ରୁବୁଲ ଦାଶ,କେନ୍ଦ୍ରିୟ କମିଟିର ସଦସ୍ୟ ଅରବିନ୍ଦ ପଣ୍ଡା,ବଣିକ ସଙ୍ଘ ପକ୍ଷରୁ ଅମୂଲ୍ୟ ଯୋଷୀ, ସାଂସଦ ପ୍ରତିନିଧି ଶ୍ରୀକାନ୍ତ ଦାଶ,ବିଜେଡି ନେତା ମନୋଜ ପଣ୍ଡା, ଭରତ ଦାଶ,କୈବର୍ତ୍ତ ସମାଜ ସଭାପତି ଉପେନ୍ଦ୍ର କାଲୋ ପ୍ରମୁଖ ଉପସ୍ଥିତ ଥିଲେ ।ଏହା ସହ ଗାଇସିଲାଟ ବ୍ଳକର ସମସ୍ତ ଅନୁଷ୍ଠାନର ସମର୍ଥନ ଥିବା ତଥା ଆଗାମୀ ଦିନରେ ଏହି ଗଣଧାରଣା ଆହୁରି ବ୍ୟାପକ ରୁପନେବ ବୋଲି ଆବାହକ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.