ଶାରଦୀୟ ପୂଜା ମହୋତ୍ସବ ଅବସରରେ ବିଶେଷ ଆକର୍ଷଣ ମେଣ୍ଢା ଲଢେଇ ସମାପନ

0 2

ବିଜେପୁର:-ବରଗଡ ଜିଲ୍ଲା ବିଜେପୁର ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଆଜି ଅପରାହ୍ନ ୩ ଘଟିକା ସମୟରେ ସ୍ଥାନୀୟ ହାଇସ୍କୁଲ ପଡିଆ ଠାରେ ରୋଚକ ମେଣ୍ଢା ଲଢେଇ ପ୍ରତିଯୋଗୀତା ସୁରୁଖୁରୁରେ ସମାପନ ହୋଇ ଯାଇଛି।ଏଇ ପରିପ୍ରେକ୍ଷୀରେ ବିଭିନ୍ନ ଅଞ୍ଚଳରୁ ପ୍ରାୟ ୧୮ ଟି ମେଣ୍ଢା ପ୍ରତିଯୋଗିତା ଅଂଶଗ୍ରହଣ କରିଥିଲେ।ଏଇ ଲଢେଇ ଫାଇନାଲ ରେ ଚାରି ଦନ୍ତିଆ ମେଣ୍ଢା ପ୍ରତିଯୋଗୀ ଭାବେ ପ୍ରଥମ ସ୍ଥାନରେ ମେଣ୍ଢା ମାଲିକ ବବୁଲୁ ଭୁଏ କଦଳୀ ମୁଣ୍ଡା, ଦ୍ୱିତୀୟ ସ୍ଥାନରେ ସଂକେତ ସାହୁ ସହଲା ପରେ ଛ ଦନ୍ତିଆ ମେଣ୍ଢା ଲଢ଼େଇ କାର୍ଯ୍ୟକ୍ରମରେ ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ମାଲିକ ଧିରେନ ହାତୀ ହଲଦିପାଲି, ଦ୍ୱିତୀୟ ସ୍ଥାନରେ ଅଭିମନ୍ୟୁ ପଧାନ ଖଡ଼ଗପୁର ଯଥାକ୍ରମେ ସମସ୍ତ ଙ୍କୁ ପରାସ୍ତ କରି ବିଜେତା ଭାବେ ଘୋଷିତ ହୋଇଥିଲେ।ଆମ ପ୍ରତିନିଧି ପୂର୍ବରୁ ଏଇ ମେଣ୍ଢା ଲଢ଼େଇ ସମ୍ପର୍କରେ ଏକ ସମ୍ବାଦ ପ୍ରକାଶନ ପରେ ନିଉଜ ଟି ଭାଇରାଲ ହେବାରୁ ହଜାର ହଜାର ସଂଖ୍ୟାରେ ଦର୍ଶକଙ୍କ ସମାଗମ ଦେଖିବାକୁ ମିଳିଥିଲା।ଚାରି ଦନ୍ତିଆ ମେଣ୍ଢାର ପ୍ରଥମ ପୁରସ୍କାର ରାଶି ଭାବେ ୩୦୦୦ ଟଙ୍କା ଦ୍ୱିତୀୟ ପୁରସ୍କାର ରାଶି ୨୦୦୦ ଟଙ୍କା ,ଛ ଦନ୍ତିଆ ମେଣ୍ଢା ର ପ୍ରଥମ ପୁରସ୍କାର ରାଶି ୬୦୦୦ ଟଙ୍କା ଏବଂ ଦ୍ୱିତୀୟ ପୁରସ୍କାର ରାଶି ୩୦୦୦ ଟଙ୍କା ପୁରସ୍କାର ରାଶି କମିଟି ପକ୍ଷରୁ ପ୍ରଦାନ କରା ଯାଇଥିଲା।ଏଇ କାର୍ଯ୍ୟକ୍ରମ କୁ ଯୋଖିପାଲି ହାଇସ୍କୁଲ ର ଖେଳ ଶିକ୍ଷକ ବିଶ୍ବମ୍ବର ପଧାନ ପରିଚାଳନା କରିଥିବାବେଳେ ବିଚାରକ ଭାବରେ ସୁଦାମ ସାହୁ ଏବଂ ଜିତେନ୍ଦ୍ରିୟ ସାହୁ ଦାୟିତ୍ଵ ନେଇଥିଲେ। କମିଟିର ତାପସ ଗଡତୀୟା, ନବୀନ କୁମାର ସାହୁ,ଗୁରୁବାରୁ ମେହେର,ଦେବୁ ରଥ, ଗାନ୍ଧୀ ମେହେର, ସାମ୍ବାଦିକ ଜିତେନ୍ଦ୍ରିୟ ମେହେର, ସୂର୍ଯ୍ୟକାନ୍ତ ବାରିକ,ଜୟ ଥଇତ,ବିଜୟ ଥଇତ, ଅଶୋକ ନାଏକ ପ୍ରମୁଖ ପ୍ରତିଯୋଗିତା ରେ ଶାନ୍ତି ଶୃଙ୍ଖଳାର ଦାୟିତ୍ଵ ସୁଚାରୁରୂପେ ତୁଲାଇଥିଲେ।

Leave A Reply

Your email address will not be published.