କେନ୍ଦ୍ରାପଡ଼ା:(ଜିଲ୍ଲା ପ୍ରତିନିଧି)ପ୍ରଫୁଲ୍ଲ କୁମାର ମଲ୍ଲ- ଯାଜପୁରରୁ ଆସିଥିବା ଚୋରମାନେ କେନ୍ଦ୍ରାପଡ଼ା ବର୍ଡରକୁ ଟାର୍ଗେଟ କରିଥିବାରୁ ରାଜରାସ୍ଥାରେ ଆତଙ୍କ ସୃଷ୍ଟି ହୋଇଥିଲା । ପଞ୍ଚୁପାଣ୍ଡବ ଛକ ଅଞ୍ଚଳରେ ରାତି ସମୟରେ ପାର୍କିଂ ହୋଇଥିବା ଗାଡିରୁ ବେଟିରୀ ଚୋରି କରୁଥିବା ବେଳେ ଡେରାବିଶ ପୋଲିସ ମାଡିବସିଲା ।ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚୋରମାନେ ଦୀର୍ଘଦିନ ଧରି ଏହି ଅଞ୍ଚଳରେ ସକ୍ରିୟ ଥିଲେ ।ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ପୋଲିସ ରାତିରେ ବିଶେଷ ଟହଳ ଦେବା ସମୟରେ ଏହି ୩ ଲୁଟେରାଙ୍କୁ ଧରିଥିଲେ ।ଧରା ପଡ଼ିଥିବା ଲୁଟେରାଙ୍କୁ ଚୋରି ସାମଗ୍ରୀ ସହିତ ଗିରଫ କରାଯାଇଛି ।ଗିରଫ ପରେ ୩ଜଣଙ୍କୁ କୋର୍ଟକୁ ଚାଲଣ କରାଯାଇଛି । ପୋଲିସ ତାଙ୍କର ପୂର୍ବତନ ଅପରାଧୀ ରେକର୍ଡ ଥିବା-ନଥିବା ବିଷୟରେ ତଦନ୍ତ କରୁଛି । ସ୍ଥାନୀୟ ଲୋକଙ୍କ କହିବା
କଥା ଗାଡି ବେଟିରୀ ଚୋରିରୁ ଲୋକମାନେ ଦୀର୍ଘଦିନ ଧରି ଅସୁବିଧାରେ ପଡୁଥିଲେ । ପୋଲିସର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଫଳରେ କେନ୍ଦ୍ରାପଡ଼ା ବର୍ଡରରେ ସୃଷ୍ଟି ହୋଇଥିବା ଆତଙ୍କକୁ ନିୟନ୍ତ୍ରଣରେ ଆଣାଯାଇଥିବା କଥା କହିଛନ୍ତି ଅଞ୍ଚଳବାସୀ ।
Sign in
Sign in
Recover your password.
A password will be e-mailed to you.