
ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ )- ବଲାଙ୍ଗୀର ଯାଦବ ଭବନ ଠାରେ ତହଁକ୍ କୁଟୁମ୍ ପକ୍ଷରୁ କୋସଲୀ ବାଲ୍ମିକୀ ଇନ୍ଦ୍ରମଣି ସାହୁଙ୍କ ଜୟନ୍ତି ଦିବସ ଇତିମଧ୍ୟରେ ପାଳନ ହୋଇଯାଇଛି । ଲେଖକ ପରିଷଦର ସମ୍ପାଦକ କପିଳେଶ୍ବର ଖମାରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ଯଅତିଥି ଭାବେ କବି ଶ୍ରୀ ଆନନ୍ଦଚନ୍ଦ୍ର ସାହୁ ଯୋଗଦେଇ କୋସଲି ବାଲ୍ମୀକି ଇନ୍ଦ୍ରମଣି ସାହୁଙ୍କ ଜୀବନି ଓ ତାଙ୍କର ଲେଖା ଗୁଡିକ କେମିତି ଅନ୍ୟ ଭାସାରେ ଅନୁବାଦ ହୋଇ ପାରିବ ସେଥିପ୍ରତି ଆମ ସମସ୍ତଙ୍କୁ ଧ୍ୟାନ ଦେଇ ଏ ଦିଗରେ କାମ କରିବା କୁ ପଡିବ ବୋଲି ମତ ପ୍ରକାଶ କରିଥିଲେ। ଭାରତ ସରକାରଙ୍କ ନୂତନ ଶିକ୍ଷାନୀତି ଅନୁସାରେ କୋସଲି ଭାସାରେ ଆମ ଅଞ୍ଚଳର ଶିକ୍ଷାଦାନ କରାଗଲେ କୋସଲି ବାଲ୍ମିକୀକୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହୋଇପାରିବ ବୋଳି ମୂଖ୍ଯ ବକ୍ତା କବି ସୁଶାନ୍ତ ବାଗ ମତ ରଖିଥିଲେ । କବି ଗୋପାଳ ମେହେର, ଦିଲ୍ଲିପ ପୁରୋହିତ, ଗୀତିକାର ବ୍ରହ୍ମାନନ୍ଦ ବନଛୋର, କୋସଲି ସଂଗଠନ ମଧୁସୁଦନ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୋସଲି ଭାସାକୁ ଓଡିଶାର ଦୃତିୟ ସରକାରୀ ଭାସାର ମାନ୍ୟତା ଦେବାକୁ ଦାବି ରଖିଥିଲେ । ତହଁକ ସଂପାଦକ ରାଜେଶ ଦଣ୍ଡସେନା କବିଙ୍କୁ ମରଣୋତ୍ତର ପଦ୍ମଶ୍ରୀ ପ୍ରଦାନ ପାଇଁ ସରକାରଙ୍କୁ ଅନୁରୋଧ କରାଯିବା ପାଇଁ ପ୍ରସ୍ତାବ ରଖିଥିଲେ ଏହାକୁ ସମସ୍ତେ ସମର୍ଥନ କରିଥିଲେ । କବି ଅର୍ଜୁନ କୁମାର ସାହୁ ସଭା ସଂଯୋଜନା କରିଥିବା ବେଳେ କବି ମିଲନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଭରତ ମେହେର, ତପସ୍ବିନୀ ପଶାୟତ, ନିର୍ମାଲ୍ଯ ସ୍ଵାଇଁ, ନନ୍ଦିନୀ ସାହୁ, ଅଭିଜିତ ଫରିକାର ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.