ରାଜଗାଙ୍ଗପୁର,(ବିଷ୍ଣୁ ଭୋମିକ): ରାଜଗାଙ୍ଗପୁରରେ ରେଳ ଲାଇନ ବିଛାଇବା ପରେ କିଛି ବଙ୍ଗାଳି ପରିବାର (୧୮୨୫) ରହିବା ପରେ ସ୍ଥାନୀୟ ଲୋକଙ୍କୁ ନେଇ ଆଜକୁ ଶତ ବର୍ଷ ତଳେ ଆରମ୍ଭ କରିଥିଲେ ମା ଦୁର୍ଗାଙ୍କ ପୂଜା। ସେହି ଦିନଠାରୁ ସାର୍ବଜନିକ ଦୁର୍ଗାପୂଜା ହୋଇ ଆସୁଥିବା ବେଳେ ଚଳିତବର୍ଷ ଶହେ ବର୍ଷରେ ପଦାର୍ପଣ କରିଛି ।
ନବରାତ୍ର ଆରମ୍ଭ ଦିନ ମହିଳାମାନଙ୍କ ଦ୍ବାରା ସ୍ଥାନୀୟ ବାବା ତାଲାବ ଠାରୁ ଜଳ ପରିପୂର୍ଣ କଳସ ଶୋଭାଯା ଭାଯାତ୍ରାରେ ବା ବାହାରି ସ୍ଥାନୀୟ ୟ ବସ ଷ୍ଟାଣ୍ଡ ନିକଟସ୍ଥ କମ୍ୟୁନିଟ ସେଣ୍ଟର ଠାରେ ଠାରେ କଳସ ସ୍ଥାପନ କରାଯାଇଥିଲା। ମା’ଙ୍କ ବିଗ୍ରହ ସ୍ଥାପନ କରି ଷୋଢସ ଉପଚାରରେ ପୂଜାର୍ଚ୍ଚନା କରାଯାଇଥିଲା। ମା’ଙ୍କୁ ଆସ୍ଥାନରେ ସ୍ଥାପନ କରି ନୀତି ନିୟମ ଅନୁଯାଇ ହୋମ ଯଜ୍ଞ ଆରମ୍ଭ କରାଯାଇଥିଲା। ମୁଖ୍ୟ ପୂରୋଧା ଭାବେ ସମାଜସେବୀ ଆନନ୍ଦ ଅଗ୍ରୱାଲ (ପପୁ ବାବୁ ) ଙ୍କ ସହ ତାଙ୍କ ଧର୍ମପତ୍ନୀ ମା’ଙ୍କୁ ପୂଜାସ୍ଥଳର ଆସ୍ଥାନ ଗ୍ରହଣ କରି ପୂଜାର୍ଚ୍ଚନା କରିଥିଲେ। ପ୍ରତିଦିନ
ରଚ୍ଚ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଛି । ଭକ୍ତଙ୍କ ବହୁ ସମ ସମାଗମ ହେଉଛି। ଏଠାରେ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ସାର୍ବଜନିକ ଦୁର୍ଗା ପୂଜା କମିଟି ପୃଷ୍ଟପୋଷାକ ସଞ୍ଜୀବ କୁମାର ବେହେରା ସଭାପତି ସୁରେଶ ଚନ୍ଦ୍ର ଯୋଶୀ ସାଧାରଣ ସମ୍ପାଦକ ସୁବାସ ଚନ୍ଦ୍ର ଶତପଥୀ, ସାଂସ୍କୃତିକ ସମ୍ପାଦକ ଆଶିଷ କୁମାର ଶତପଥୀ, କୋଷାଧ୍ୟକ୍ଷ ସୁଧୀର ଦଧୂଚି ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି