୩ ମହିଳା ଲୁଟେରା ଗିରଫ, କୋର୍ଟ ଚାଲାଣ

0 2

ରାଜଗାଙ୍ଗପୁର, ୨୮।୯(ବିଷ୍ଣୁ ଭୋମିକ): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ପୋଲିସ ଦ୍ବାରା ରବିବାର ଲୁଟ କରୁଥିବା ଅଭିଯୋଗରେ ୩ ମହିଳା ଲୁଟେରାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ଛତିଶଗଡର ବିଲାସି ବାଇ, ସୁନି ବାଇ ଓ ବିନି ବିନିତା ଲୋ ଲୋହାର। ସୂଚନାଯୋଗ୍ୟ, ରାଜଗାଙ୍ଗପୁରରେ ରବିବାର ସାପ୍ତାହିକ ବଜାର ବ ବସିଥାଏ। ଏହି ଦିନ ବହୁତ ଭିଡ ଥ୍ବାରୁ ଏହାର ସୁଯୋଗ ନେଇ କିଛି ଦିନ ହେବ ବୁଢାବୁଢୀ ଓ ମହିଳାଙ୍କଠାରୁ ଲୁଟ ହେଉଥିଲା। ରବିବାର ଦିନ ପ୍ରାୟ ୯ଟା ସମୟରେ ଲାଵିବେଣ୍ଡା ନିବାସି ମହିଳା ଅମ୍ରିତା କୁଲୁ ବଜାର ନିକଟ ପୋଷ୍ଟ ଅଫିସ ପାଖରେ ଯାଉଥିବା ସମୟରେ ଉପରୋକ୍ତ

୩ ଜଣ ମହିଳା ଅମ୍ରିତାଙ୍କୁ ମାଡମାରି ତଳେ ପକାଇ ଦେଇ ତାଙ୍କର ଭେନିଟି ବ୍ୟାଗକୁ ଟାଣିନେଇ ପଳାଇଥିଲେ। ଏହି ଭେନିଟି ବ୍ୟାଗରେ ୨୫ ହଜାର ୫୦୦ ଟଙ୍କା ଓ ୨ଟି ବ୍ୟାଙ୍କର ଏଟିଏମ କାର୍ଡ ଥିଲା । ଘଟଣା ପରେ ଅମ୍ରିତା ରାଜଗାଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ ଥାନା ଅଧିକାରୀ ବିଜୟ ଦାସଙ୍କ ନେତୃତ୍ୱରେ ପୋଲିସ ୩ ମହିଳା ଲୁଟେରାଙ୍କୁ ଠାବକରି ଧରିବାରେ ସକ୍ଷମ ହୋଇଥିଲା। ଅଭିଯୁକ୍ତମାନଙ୍କଠାରୁ ଲୁଟ ସାମଗ୍ରୀ ରାଜଗାଙ୍ଗପୁର ଏକ ମାମଲା ଜବତ ହୋଇଥିଲା। ଥାନାରେ ଏନେଇ (ନଂ.୫୦୭/୨୦୨୫) ରୁଜୁ ସେଠି ହୋଇ ଏସଆଇ ରାଜେଶ ତଦନ୍ତ ତଦନ୍ତ ଜାରି ରଖିଛନ୍ତି।

Leave A Reply

Your email address will not be published.