ବିଶ୍ୱ ଜଳାତଙ୍କ ଦିବସ ପାଳନ

0 2

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣପୁର,୨୮/୯( ପ୍ରଦୀପ କୁମାର ପାଢ଼ୀ)- ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ୍ ଲିମାମେଡା ଠାରେ ଥିବା ବାଳ ନିକେତନ ଶିଶୁଯତ୍ନ ଅନୁଷ୍ଠାନ ପରିସରରେ ଶନିବାର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ବିଶ୍ୱ ଜଳାତଙ୍କ ଦିବସ ପାଳନ କରାଯାଇଛି । କୁକୁର, ବିଲୁଆଙ୍କ ଭଳି ମାଂସାସୀ ପଶୁ କାମୁଡିବା ଦ୍ୱାରା କିପରି ମାରାତ୍ମକ ରୋଗ ହୁଏ ଓ ଏହାର ପ୍ରତିକାର ବ୍ୟବସ୍ଥା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା । ଅନ୍ଧ ବିଶ୍ୱାସ କୁ ଗ୍ରହଣ ନ କରି ତୁରନ୍ତ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଯାଇ କିପରି ଚିକିତ୍ସା କରାଯାଇ ପାରିବ ଏନେଇ ପିଲାଙ୍କୁ ଦୃଶ୍ୟ ଶ୍ରାବ୍ୟ ଉପକରଣ ମାଧ୍ୟମରେ ପରାମର୍ଶ ଦିଆଯାଇଥିଲା । ଗୁଣୁପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡ.ଆଲୋକ ଆଚାର୍ଯ୍ୟ, ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡ.ରାଧେଶ୍ୟାମ ଦାସ, ଜଗନ୍ନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ପରିଚାଳକ ଡ.ସଞ୍ଜୟ ପାତ୍ର ,ଭେଟନାରୀ ଟେକ୍ନିସିଆନ ସତ୍ୟ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.