କେନ୍ଦ୍ରାପଡା:(ଜିଲ୍ଲା ପ୍ରତିନିଧି) ପ୍ରଫୁଲ୍ଲ କୁମାର ମଲ୍ଲ – ଭାରତୀୟ ଜନତା ପାର୍ଟି କେନ୍ଦ୍ରାପଡା ଜିଲ୍ଲା ତରଫରୁ କେନ୍ଦ୍ରାପଡା ଜିଲ୍ଲା ସଂସ୍କୃତି ଭବନ ପରିସରରେ ଏକ ବୁଦ୍ଧିଜୀବୀ ସମ୍ମିଳନୀ , ଜିଏସଟି ସୁଧାର ଆଲୋଚନା ଚକ୍ର , ଚିତ୍ରାଙ୍କନ ଓ ପ୍ରତିଷ୍ଠିତ ବ୍ୟକ୍ତି ସମ୍ମାନିତ ଉତ୍ସବ ଆୟୋଜିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଅନେକ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଇଥିଲା ।କେନ୍ଦ୍ରାପଡାର ମାନ୍ୟବର ସାଂସଦ ଶ୍ରୀ ବୈଜୟନ୍ତ ପଣ୍ଡା, ଯାଜପୁରର ମାନ୍ୟବର ସାଂସଦ ଶ୍ରୀ ରବୀନ୍ଦ୍ର ନାରାୟଣ ବେହେରା, ଜିଲ୍ଲା ସଭାପତି ଶ୍ରୀ ଶଶାଙ୍କ ଶେଖର ସେଠୀ ଏବଂ ରାଜ୍ୟ ଓ ଜିଲ୍ଲାର ଅନେକ ପ୍ରମୁଖ ନେତୃମଣ୍ଡଳୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଜିଏସଟି ସୁଧାର ବିଷୟରେ ସଚେତନତା ବୃଦ୍ଧି କରିବା, ସାଂସ୍କୃତିକ କଳାର ସମ୍ମାନ କରିବା ଓ ସମ୍ପ୍ରଦାୟର ମଧ୍ୟରେ ସାମୱେଦନଶୀଳ ମନୋଭାବ ପ୍ରଚାର କରିବା ।ଏହି ଉତ୍ସବ ଏକ ସଫଳ ସଂଯୋଗ ହିସାବରେ ମୂଲ୍ୟାଙ୍କିତ ହେବା ସହିତ ସାମ୍ପ୍ରଦାୟିକ ଏବଂ ସଂସ୍କୃତିକ ମାନକମାନଙ୍କୁ ଉନ୍ନତ କରିବାରେ ମଧ୍ୟ ସାହାଯ୍ୟ କରିଛି ।
Sign in
Sign in
Recover your password.
A password will be e-mailed to you.