ଚୋରା ମାଙ୍କଡ଼ା ଖଣିରୁ ପଥର ଚାଲାଣ,ମାଙ୍କଡ଼ା ପଥର ସହିତ ମିନି ଟ୍ରକ ଜବତ, ଚାଳକ ଗିରଫ

0 2

 

ଓଡ଼ଗାଁ,୨୮।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ରୋହିବାଙ୍କ ଓ କୋମଣ୍ଡ ଅଞ୍ଚଳରେ ଥିବା ପଥର ଖଣିରେ ପ୍ରଶାସନିକ ଚଢ଼ାଉ ପରେ ଚୋରାରେ ବିଳମ୍ବିତ ରାତିରେ ପଥର ଚାଲାଣ ହେଉଥିବା ବେଳେ ଓଡ଼ଗାଁ ପୋଲିସ ରବିବାର ସକାଳୁ ପାଟ୍ରୋଲିଙ୍ଗ କରୁଥିବା ସମୟରେ ଏକ ବେଆଇନ ମାଙ୍କଡ଼ା ପଥର ବୋଝେଇ ଓଡି୨୫ଡି୫୫୯୫ ଟାଟା ୪୦୭ ମିନି ଟ୍ରକ ଜବତ କରିବା ସହିତ୩୦୪/୨୫ରେ ଏକ ମାମଲା ରୁଜୁ କରି ଚାଳକକୁ ଗିରଫ କରିଛନ୍ତି । ଚାଳକ ଜଣକ ସ୍ଥାନୀୟ କୋମଣ୍ଡ ଗାଁର ତ୍ରିଲୋଚନ ସାହୁ(୨୮)। ପ୍ରକାଶ ଥାଉକି କୋମଣ୍ଡ ଅଞ୍ଚଳରେ କୌଣସି ମାଙ୍କଡ଼ା ଖଣି ନିଲାମ ହୋଇନଥିବା ବେଳେ ପଥର କଟାଯାଇ ଚାଲାଣ ହେବା ଅଭିଯୋଗ ହୋଇଆସୁଛି ।

Leave A Reply

Your email address will not be published.