ସେବା ପକ୍ଷ ପାଳନ ଅବସରରେ ରକ୍ତଦାନ ଉପରେ ସଚେତନତା କାର୍ଯ୍ୟକ୍ରମ

0 1

ବାରିପଦା (ଶୁଳିଆପଦା) – ତା – ୨୭/୦୯ ବାରିପଦା ନିକଟସ୍ଥ ଶୁଳିଆପଦା ବ୍ଲକ ଅନ୍ତର୍ଗତ ପଂଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ସେବା ପକ୍ଷ ପାଳନ ଅବସରରେ ଏନ ଏସ ଏସ ର ସ୍ବେଛାସେବୀଙ୍କୁ ନେଇ ରକ୍ତଦାନ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ମହାବିଦ୍ୟାଳୟର ଅଧ୍ୟକ୍ଷ କିଶୋର କୁମାର ଗିରିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ସମାଜସେବୀ ତଥା ରକ୍ତଦାତା ଡଃ ନିରୋଜ କୁମାର ପୋଥାଳ ନିୟମିତ ରକ୍ତଦାନ ଦ୍ୱାରା ଜଣେ ନିରୋଗ ରହିବା ସହିତ ଅନ୍ୟର ଜୀବନ ବଞ୍ଚାଇବାର ସୌଭାଗ୍ୟ ଅର୍ଜନ କରିଥାଏ ବୋଲି ପ୍ରକାଶ କରିଥିଲେ I ମୁଖ୍ୟବକ୍ତା ଭାବେ ଯୋଗଦେଇ ଶିକ୍ଷକ ତଥା ନିୟମିତ ରକ୍ତଦାତା ସୋମନାଥ ସିଂହ ସମାଜ ସେବା କ୍ଷେତ୍ରରେ ସ୍ବେଛାସେବୀ ମାନଙ୍କ ଭୂମିକା ଉପରେ ଆଲୋକପାତ କରିବା ସହ ୧୮ ବର୍ଷରୁ ଉର୍ଦ୍ଧ ଉପସ୍ଥିତ ସ୍ବେଛାସେବୀ ମାନଙ୍କୁ ନିୟମିତ ରକ୍ତଦାନ କରିବା ପାଇଁ ଉତ୍ସାହିତ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ଏନ ଏସ ଏସ ପ୍ରୋଗ୍ରାମ ଅଫିସର ଡଃ ସୁଧାଶ୍ରୀ ସେଠି ଓ ପଙ୍କଜ କୁମାର ଦାସ ତଥା ସମାଜସେବୀ ହିମାଂଶୁ ପ୍ରହରାଜ ଛାତ୍ରଛାତ୍ରୀ ମାନଙ୍କୁ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବାସହ ସମାଜସେବାରେ ବ୍ରତୀ ହେବାପାଇଁ ଉପଦେଶ ଦେଇଥିଲେ I ପୂର୍ବତନ ଛାତ୍ର ସଦ୍ଦାମ ହୁସେନ ତଥା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମଧୁସ୍ମିତା ଧଳ, ଅନନ୍ୟା ଦଳନାୟକ ଜ୍ୟୋତ୍ସ୍ନାରାଣୀ ପ୍ରଧାନ, ନିର୍ମଳ କୁମାର ସେଠି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I କାର୍ଯ୍ୟକ୍ରମର ସଫଳତା ପାଇଁ ଅଧ୍ୟକ୍ଷ ଶ୍ରୀ ଗିରି ସମସ୍ତଙ୍କୁ ଧନ୍ୟବାଦ ଦେବାସହ ନିକଟ ଭବିଷ୍ୟତରେ ମହାବିଦ୍ୟାଳୟ ପରିସରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିରର ଆୟୋଜନ କରି ଛାତ୍ରଛାତ୍ରୀ ମାନଙ୍କୁ ରକ୍ତଦାନ କରିବା ପାଇଁ ଉତ୍ସାହିତ କରାଯିବ ବୋଲି ପ୍ରକାଶ କରିଥିଲେ I

Leave A Reply

Your email address will not be published.