
ଓଡ଼ଗାଁ,୨୭।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ଶ୍ରୀ ରଘୁନାଥ ବୈଦିକ ବ୍ରାହ୍ମଣ ସମାଜର ବାର୍ଷିକ ବୈଠକ ସଭାପତି ଭଗବାନ ଆଚାର୍ଯ୍ୟଙ୍କ ସଭାପତିତ୍ବରେ ହ୍ବାଇଟ ହାଉସ୍ କଲ୍ୟାଣୀ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବ୍ରାହ୍ମଣ ସମାଜରେ ଉମେଶ ଚନ୍ଦ୍ର ମିଶ୍ର ଏବଂ ବୈକୁଣ୍ଠ ବିହାରି ମିଶ୍ରଙ୍କୁ ନୂତନ ସଭ୍ୟ ଭାବରେ ଗ୍ରହଣ କରାଯାଇଥିଲା । ଫଳରେ ବର୍ତ୍ତମାନ ପାଇଁ ପରିବାର ସଂଖ୍ୟା ୪୩ ରୁ ୪୫କୁ ବୃଦ୍ଧି ପାଇଛି । ସଭାପତି ସମାଜର ସାଙ୍ଗଠନିକ କାର୍ଯ୍ୟକ୍ରମ ବିଷୟରେ ସମସ୍ତଙ୍କ ସହିତ ଆଲୋଚନା କରିଥିଲେ। ପରେ ଅବସରର ପ୍ରାପ୍ତ ଶିକ୍ଷକ ସ୍ବର୍ଗତ ଧନେଶ୍ଵର ଦାଶଙ୍କ ପୂଣ୍ୟ ତିଥିରେ ତାଙ୍କର ସ୍ମୃତି ଚାରଣ କରା ଯାଇଥିଲା। ଅନ୍ୟ ମାନଙ୍କ ସହିତ ସରକାରୀ ଅଧିବକ୍ତା ଇନ୍ଦୁ ଭୂଷଣ ମିଶ୍ର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଜଳନ୍ଧର ରଥ, ଜଗଦୀଶ ମିଶ୍ର, ପ୍ରଫୁଲ ମହାପାତ୍ର, ଶିକ୍ଷକ ଭାବଗ୍ରାହୀ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଶେଷରେ ସ୍ବସ୍ତି ବାଚନ କରାଯାଇ ବୈଠକ ସମାପିତ ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.