୯ ଦିନ ଧରି ନିଖୋଜ,ଶବ ଉଦ୍ଧାର ।

0 1

 କେନ୍ଦ୍ରାପଡା:(ଜିଲ୍ଲା ପ୍ରତିନିଧି)ପ୍ରଫୁଲ୍ଲ କୁମାର ମଲ୍ଲ-କେନ୍ଦ୍ରାପଡ଼ା ଜିଲ୍ଲାର ଓଳକଣା ଗ୍ରାମରୁ ୯ ଦିନ ଧରି ନିଖୋଜ ଥିବା ବୁଦ୍ଧ ଗୌରାଙ୍ଗ ଚରଣ ମହାରଣାଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ଏହି ଘଟଣାରୁ ଅଞ୍ଚଳରେ ଖେଳି ଯାଇଛି ଶୋକର ଛାୟା। ପରିବାର ସୂତ୍ରରୁ ଜଣାପଡ଼ିଛି, ମହାରଣା ୯ ଦିନ ତଳେ ଘରୁ ବାହାରିଥିଲେ, କିନ୍ତୁ ଫେରିନଥିଲେ। ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ସତ୍ୟପି, କୌଣସି ସୂତ୍ର ମିଳିନଥିଲା। ଶେଷରେ ଆଜି ସକାଳେ ଅଚାନକ ସୂଚନା ମିଳିବା ପରେ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା। ଏହି ନିଖୋଜ ଘଟଣା ସମ୍ବନ୍ଧରେ ମହାରଣାଙ୍କ ଝିଅ ଭଦ୍ରେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି, ପୋଷ୍ଟମର୍ଟମ ପାଇଁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।
ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବାବେଳେ, ପୋଲିସ ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ଲୋକମାନେ ଏହାକୁ ଅପ୍ରାକୃତିକ ମୃତ୍ୟୁ ବୋଲି ସନ୍ଦେହ କରୁଛନ୍ତି।

Leave A Reply

Your email address will not be published.