ଓଡ଼ିଶା ନାଟ୍ୟ ସଂଘ ଦିବସ ପାଳିତ

0

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମାର ପାରଳାଖେମୁଣ୍ଡିର କରଣସାହି ସ୍ଥିତ ବିଜୟ କ୍ଲବ ପରିସରରେ ଅଗ୍ରଣୀ ନାଟ୍ୟ ସଂଗଠନ କ୍ରିଏଟିଭ ଆର୍ଟସ୍ ପକ୍ଷରୁ ୩୮ତମ ଓଡ଼ିଶା ନାଟ୍ୟ ସଂଘ ଦିବସ ପାଳିତ ହୋଇଯାଇଛି।
ନାଟ୍ୟ ସଂଘ ର ଗଜପତି ଜିଲ୍ଲା ସଂଯୋଜକ ମନୋଜ ପାଢ଼ୀଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ଗୁରୁ ରଘୁନାଥ ପାତ୍ର , ଯୁବ ନାଟ୍ୟଶିଳ୍ପୀ ଆଦର୍ଶ ଦାସ ମଞ୍ଚାସିନ ଥିଲେ। ପ୍ରଥମ ଓଡ଼ିଆ ନାଟକ ଓ ଓଡ଼ିଆ ରଙ୍ଗମଞ୍ଚ ସୃଷ୍ଟି କରିଥିବା ପାରଳା ମାଟି ରେ ନାଟ୍ୟ ପରମ୍ପରାକୁ ବଜାୟ ରଖିବାକୁ ଅହରହ ପ୍ରଚେଷ୍ଟା ଜାରୀ ରହିଥିବା ବେଳେ ଓଡ଼ିଶା ନାଟ୍ୟ ସଂଘ ମଧ୍ୟ ଏଥିରେ ଦୀର୍ଘ୍ ବର୍ଷ ଧରି ସହଯୋଗର ହାତ ବଢ଼ାଇ ଉତ୍ସାହିତ କରୁଛି। ଗଜପତି ଜିଲ୍ଲା ର ନାଟ୍ୟ କଳାକାର ମାନଙ୍କୁ ନାଟ୍ୟଧାରା କାର୍ଯ୍ୟକ୍ରମ ରେ ରବୀନ୍ଦ୍ର ମଣ୍ଡପରେ ଓ ଭଞ୍ଜ ମଣ୍ଡପ ରେ ବିଭିନ୍ନ ସମୟରେ ନାଟ୍ୟ ପରିବେଷଣ ପାଇଁ ସୁଯୋଗ ଦେଇଥିବା ବେଳେ ଆଗାମୀ ଦିନରେ ପୁରୀ ଠାରେ ସଙ୍ଗୀତ ନାଟକ ଏକାଡେମୀର ଜଗନ୍ନାଥାୟନ କାର୍ଯ୍ୟକ୍ରମରେ ସୁଯୋଗ ଦେବାକୁ ଦାବୀ ଉଠିଥିଲା। ନାଟ୍ୟ ସଂଘ ର ବିଭିନ୍ନ ଜୋନ ସ୍ତରୀୟ ନାଟ୍ୟ କାର୍ଯ୍ୟକ୍ରମ ରେ ମଧ୍ୟ ଗଜପତି ଜିଲ୍ଲା ସକ୍ରିୟ ଭାବେ ଅଂଶ ଗ୍ରହଣ କରୁଥିବ ବକ୍ତା ମାନେ ନିଜର ଅଭିଭାଷଣ ଉପସ୍ଥାପନା କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ହରିହର ପଟ୍ଟନାୟକ , ଜ୍ଞାନ ରଞ୍ଜନ ଦାସ , ଶୁଭ୍ରାଂଶୁ ଶେଖର ପଟ୍ଟନାୟକ , ବାଳକୃଷ୍ଣ ପାଣିଗ୍ରାହୀ ପ୍ରମୁଖ ନିଜର ମତାମତ ଓ ଅନୁଭୂତି ପ୍ରଦାନ କରିବା ସହ ଆଗମୀ ଦିନରେ ନାଟ୍ୟ କାର୍ମଶାଳା ଓ ନାଟ୍ୟ ଅଭ୍ୟାସ ବିଷୟରେ ଆଲୋଚନା କରିଥିଲେ।

Leave A Reply

Your email address will not be published.