ମାଲକାନଗିରି,୨୭ | ୯ : ରାୟପୁରରେ ଏକ ନକ୍ସଲ ଦମ୍ପତିଙ୍କୁ ଗିରପ କରାଯାଇଛି। ସୂଚନା ଅନୁଯାୟୀ, ସେମାନେ ବିଜାପୁର ଜିଲ୍ଲାର ବାସିନ୍ଦା ଏବଂ ଚିକିତ୍ସା ବାହାନାରେ ନକଲି ଆଧାର କାର୍ଡ ବ୍ୟବହାର କରି ରାୟପୁରରେ ଏକ ଭଡା ଘରେ ରହୁଥିଲେ | ଦମ୍ପତିଙ୍କ ଗିରଫ ପରେ ସେମାଙ୍କ ଠାରୁ ନକ୍ସଲଙ୍କ ସହର ରାଞ୍ଚଳ ନେଟୱାର୍କ ବିଷୟରେ ଗୁରୁତ୍ବପୂର୍ଣ୍ଣ ସୂଚନା ମିଳିବ ବୋଲି ଆଶା କରାଯାଉଛି। ଗିରଫ ନକ୍ସଲ ଦମ୍ପତି ହେଲେ ଜମ୍ମୁ ଓରଫ ରମେଶ ଏବଂ ତାଙ୍କ ପତ୍ନୀ କମଳା | ସେମାନେ ଦୀର୍ଘ ଦିନ ଧରି ରାୟପୁରରେ ରହୁଥିଲେ। ଏହି ସମୟ ମଧ୍ୟରେ ଜମ୍ମୁ ଅନେକ ଅଧିକାରୀଙ୍କ ପାଇଁ ଡ୍ରାଇଭର ଏବଂ ଗାର୍ଡ ଭାବରେ ମଧ୍ଯ କାର୍ଯ୍ୟ କରିଥିଲେ | ମହି ମହିଳା ନକ୍ସଲଙ୍କୁ ନ୍ୟାୟିକ ରିମାଣ୍ଡରେ ଜେଲ ପଠାଯାଇଥିବା ବେଳେ ଜଗ୍ରୁକୁ ପୁଲିସ ପଚରାଉଚରା କରୁଛି। ପୁଲିସ ଲିସକୁ ଗୁଇନ୍ଦା ବିଭାଗରୁ ସୂଚନା ଆଧାରରେ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ମୋବାଇଲ ଏବଂ ଅନ୍ୟାନ୍ୟ ଜିନିଷ ମଧ୍ୟ ଜବତ କରିଥିବା ଜଣାପଡ଼ିଛି।
Sign in
Sign in
Recover your password.
A password will be e-mailed to you.