ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ସରକାରୀ ନିୟମକୁ ଉଲଂଘନ ।

0

କେନ୍ଦ୍ରାପଡା:(ଜିଲ୍ଲା ପ୍ରତିନିଧି) ପ୍ରଫୁଲ୍ଲ କୁମାର ମଲ୍ଲ-କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକରେ ସରକାରୀ ନିୟମକୁ ପୁରାପୁରି ଅବହେଳା କରାଯାଇଛି ବୋଲି ଅଭିଯୋଗ ଆସିଛି। ରାଜ୍ୟ ସରକାର ପକ୍ଷରୁ ଲଗାଣ ବର୍ଷା ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ମଧ୍ୟ ନଜର ରଖି ସମସ୍ତଙ୍କର ଆପାତଜନିତ ଛୁଟି ବାତିଲ କରାଯାଇଥିବା ସ୍ଥିତିରେ, ଡେରାବିଶ ବ୍ଲକରେ ତାହାର ପୂର୍ଣ୍ଣ ବିପରୀତ ଚିତ୍ର ସ୍ପଷ୍ଟ ହୋଇଛି। ସ୍ଥାନୀୟ ସୂଚନା ଅନୁଯାୟୀ, ନିୟମାନୁସାରେ ସଠିକ ସମୟରେ ବ୍ଲକ ଅଧିକାରୀମାନେ କାର୍ଯ୍ୟାଳୟରେ ଥିବା ଦରକାର ଥିଲା। କିନ୍ତୁ ପ୍ରକୃତରେ ବ୍ଲକ କାର୍ଯ୍ୟାଳୟରେ ବିଡ଼ିଓ ଓ କର୍ମଚାରୀମାନଙ୍କୁ ଦେଖିବାକୁ ମିଳିନି। ଲୋକମାନେ ନିଜର କାର୍ଯ୍ୟ ପାଇଁ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଲେ, ସେଠାରେ ଅଧିକାରୀ ଓ କର୍ମଚାରୀଙ୍କର ଅନୁପସ୍ଥିତି ଦେଖି ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏପରି ସମୟରେ, ସମ୍ଭାବ୍ୟ ବିପଦ ପାଇଁ ପ୍ରଶାସନ ତିବ୍ର ସତର୍କତାରେ ରହିବାକୁ ଥିବା ସ୍ଥିତିରେ, ବ୍ଲକରେ ଅଧିକାରୀମାନଙ୍କର ଅନୁପସ୍ଥିତିକୁ ଗୁରୁତର ଅବହେଳା ବୋଲି ସ୍ଥାନୀୟ ଲୋକଙ୍କ ଅଭିମତ। ସରକାରୀ ନିର୍ଦ୍ଦେଶକୁ ଅଟଳାଇ ନିଜସ୍ୱ ଇଚ୍ଛାରେ ଚାଲୁଥିବା ବିଡ଼ିଓଙ୍କୁ ନେଇ ପ୍ରଶ୍ନଚିହ୍ନ ସୃଷ୍ଟି ହୋଇଛି। ସ୍ଥାନୀୟଙ୍କ ଦାବି, ବିପଦକାଳୀନ ସମୟରେ ଏଭଳି ଅନୁପସ୍ଥିତିକୁ ସରକାର ଗୁରୁତର ଭାବେ ନିଆଯାଇ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର।

Leave A Reply

Your email address will not be published.