ମହିଳା ସ୍ନାତକ ମହାବିଦ୍ୟାଳୟରେ ଇତିହାସ ବିଭାଗରେ ପାଠଚକ୍ର ଅନୁଷ୍ଠିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟର ଇତିହାସ ବିଭାଗ ଆନୁକୂଲ୍ୟରେ ଓଡିଶାର ମହାନ୍ ବିପ୍ଲବୀ ”ଚକରା ବିଷୋୟୀ”ଙ୍କ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମଟି ଅଧ୍ୟକ୍ଷା ଡ଼ ରୀନା ସାହୁଙ୍କ ଦ୍ବାରା ଶୁଭାରମ୍ଭ ହୋଇଥିଲା। ସ୍ନାତକ ଶେଷ ବର୍ଷର ଛାତ୍ରୀ କୁମାରୀ ଦୀପ୍ତିମୟୀ ଏ ସମ୍ବନ୍ଧୀୟ ଏକ ସଂନ୍ଦର୍ଭ ମହାନ୍ ବିପ୍ଲବୀ ଚକରା ବିଷୋୟୀଙ୍କ ଇଂରେଜ ବିରୋଧୀ ଆନ୍ଦୋଳନ ଉପରେ ପାଠ କରିଥିଲେ। ବିଭାଗୀୟ ମୁଖ୍ୟ ଡ଼.ଭାରତୀ ପାଣିଗ୍ରାହୀ ତତକାଳୀନ ଇଂରେଜ ଶାସନ ସମୟରେ ଓଡିଶା ବାସୀଙ୍କର ଅର୍ଥନୈତିକ ଶୋଷଣ ହିଁ ଏଭଳି ଅନେକ ବିପ୍ଳବର ସୃଷ୍ଟି ପାଇଁ ଦାୟୀ ବୋଲି ବକ୍ତବ୍ୟ ରଖିବା ସହ ଚକରା ବିଷୋୟୀଙ୍କ ଜୀବନି ଉପରେ ମଧ୍ୟ ଆଲୋଚନା କରିଥିଲେ।
ଏହି ପରିପ୍ରେକ୍ଷୀରେ ଇତିହାସ ଛାତ୍ରୀମାନଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ପୋଷ୍ଟରକୁ ଭୂୟସୀ ପ୍ରଶଂସା କରିବା ସହ ଅଧ୍ୟକ୍ଷା ଡ଼ ରୀନା ସାହୁ ଉପସ୍ଥିତ ଛାତ୍ରୀ ମାନଙ୍କୁ ପାଠପଢା ସହ ପରିବେଶ ସ୍ବଚ୍ଛତା , ଶୃଙ୍ଖଳା ଆଦି ଦିଗରେ ଧ୍ୟାନ ଦେବା ଛଡା ମହାବିଦ୍ୟାଳୟରେ ଏକ ଶୈକ୍ଷିକ ବାତାବରଣ ସୃଷ୍ଟି କରିବାକୁ ଆହ୍ବାନ ଦେଇଥିଲେ। ଏଥି ସହ ସ୍ନାତକ ପ୍ରଥମ ବର୍ଷ ଛାତ୍ରୀ ମାନଙ୍କୁ ସ୍ନାତକ ଦ୍ବିତୀୟ ଓ ତୃତୀୟ ବର୍ଷର ଛାତ୍ରୀ ମାନେ ସ୍ବାଗତ କରିବା ସହ ବିଭିନ୍ନ ମନୋରଂଜନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Leave A Reply

Your email address will not be published.