ତାଳପଦରରେ ଧୂମଧାମରେ ବିଶ୍ୱକର୍ମା ପୂଜା ସମାପ୍ତ

0

ବିଜେପୁର:- ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅଧୀନସ୍ଥ ତାଳପଦର ଗ୍ରାମରେ ବାବା ବିଶ୍ୱକର୍ମା ପୂଜା ଏବର୍ଷ ବହୁତ ଧୂମଧାମ ସହିତ ପାଳିତ ହୋଇଯାଇଛି। ୧୭ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ପୂଜା ୨୪ ସେପ୍ଟେମ୍ବରରେ ଭସାଣି ଯାତ୍ରା ସହିତ ସମାପ୍ତି ହୋଇଛି।
ଗ୍ରାମର ତିନୋଟି ପଡାରେ ବିଶେଷ ବ୍ୟବସ୍ଥାରେ ପୂଜା ହୋଇଥିଲା। ପ୍ରତ୍ୟେକ ପଡାରେ ସୁନ୍ଦର ଆଲୋକ ସଜା, ରଙ୍ଗିନ ପେଣ୍ଡାଲ ଓ ସାଜସଜ୍ଜା ଦେଖିବାକୁ ମିଳିଥିଲା। ପ୍ରତିଦିନ ଗ୍ରାମବାସୀଙ୍କ ଭକ୍ତିଭାବପୂର୍ଣ୍ଣ ଉପସ୍ଥିତି ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ କବିସମ୍ବିଳନୀ, ନୃତ୍ୟ ପ୍ରଦର୍ଶନ ଓ ଓଡ଼ିଆ ଯାତ୍ରା ଶ୍ରୀଲକ୍ଷ୍ମୀ ଅପେରା ଗ୍ରାମକୁ ଉତ୍ସବମୟ ପରିବେଶରେ ଭରିଦେଇଥିଲା। ଏହି କାର୍ଯ୍ୟକ୍ରମକୁ ଦେଖିବାକୁ ପଡ଼ୋଶ ଗ୍ରାମରୁ ମଧ୍ୟ ଲୋକମାନଙ୍କ ଭିଡ଼ ଲାଗିଥିଲା।
୨୪ ସେପ୍ଟେମ୍ବରରେ ଭସାଣି ଯାତ୍ରା ସମୟରେ ତାଳପଦରର ପରିବେଶ ସମଗ୍ର ଉତ୍ସବମୟ ହୋଇଯାଇଥିଲା। ଘଣ୍ଟବାଦ୍ୟ, ବେଣ୍ଡ ପାର୍ଟି ଓ ଡିଜେ ସାଉଣ୍ଡ ବିଲୋ ୧୭ ଭଲିବଲ ପ୍ରତିଯୋଗିତାରେ ଡିଷ୍ଟ୍ରିକ୍ଟ ଚାମ୍ପିୟାନ୍ ହୋଇଥିବା ତାଳପଦର ଖେଳାଳିମାନଙ୍କୁ ବିଶେଷ ଉପହାର ଦେଇ ସମ୍ମାନିତ କରାଯାଇଥିଲା। ମୁଖ୍ୟ ଅତିଥି ଭାବରେ ଜିଲ୍ଲାପରିଷଦ ସଦସ୍ୟ ସୁଶାନ୍ତ ଗଡ଼ତିଆ ଯୋଗଦେଇଥିଲେ। ସାମ୍ବାନୀତ ଅତିଥି ଯୋଗୀନ୍ଦ୍ର ପଧାନ, ବିବେକାନନ୍ଦ ପଧାନ, ଗଜାନନ ସାହୁ, ସୁଦର୍ଶନ ବନଛୋର, ଉମେଶ ଭୋଇ ମଧ୍ୟ ଉପସ୍ଥିତ ହୋଇଥିଲେ।
ଗ୍ରାମବାସୀଙ୍କ କଥାରେ, “ପ୍ରତିବର୍ଷ ବାବା ବିଶ୍ୱକର୍ମା ପୂଜା ଆମର ଗ୍ରାମକୁ ଏକତ୍ର କରେ। ପଡ଼ା-ପଡ଼ାରେ ଯୁବମାନେ ଭାଗ ନେଇଥିବାରୁ ପୂଜାର ରଙ୍ଗ ଅଧିକ ବଢ଼ିଥାଏ।”

Leave A Reply

Your email address will not be published.