ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଗଂଜାମ ଜିଲ୍ଲା ବେଲଗୁଣ୍ଠା ପୋଲିସ୍ ବେଲଗୁଣ୍ଠା ସହରର ଦୁଇଟି ବେଆଇନ୍ ବାଣ ଗୋଦାମ ଉପରେ ଚଢ଼ାଉ କରି ପାଖାପାଖି ୯୦ ହଜାର ଟଙ୍କାର ବାଣ ଜବତ କରିଥିବା ସୂଚନା ମିଳିଛି I ସୂଚନା ପ୍ରକାରେ ଆଜି ବେଲଗୁଣ୍ଠା ପୋଲିସ୍ ବାଙ୍କୀ ବଜାରରେ ଥିବା ମ୍ୟାଚିଙ୍ଗ ସେଣ୍ଟରରେ ଚଢାଉ କରି ସେଠାରୁ ପାଖାପାଖି ୫୦ ହଜାର ଟଙ୍କାର ବିଭିନ୍ନ ପ୍ରକାର ବାଣ ଜବତ କରିଥିଲେ I ସେହିପରି ମୁଖ୍ୟ ବଜାରରେ ଥିବା ସିଜନ ଷ୍ଟୋର୍ ଉପରେ ଚଢାଉ କରି ସେଠାରୁ ପାଖାପାଖି ୪୦ ହଜାର ଟଙ୍କାର ବାଣ ଜବତ କରିଥିଲେ I ଏନେଇ ବେଲଗୁଣ୍ଠା ଥାନାରେ ୪୭୨/୨୫ ରେ ଦୁଇଟି ମାମଲା ରୁଜୁ କରାଯାଇଥିବା ବେଲଗୁଣ୍ଠା ଥାନା ଅଧିକାରୀ ରେବତୀ ଶବର ସୂଚନା ଦେଇଛନ୍ତି I
Sign in
Sign in
Recover your password.
A password will be e-mailed to you.