ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- ,ବେଲଗୁଣ୍ଠା ପେଣ୍ଠସାହି ସ୍ଥିତ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରରେ ୨୫ ତମ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି I ଏହି ଜ୍ଞାନ ବିଜ୍ଞାନ ମେଳାରେ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ୧୦୯ ଟି ପ୍ରକଳ୍ପ ପ୍ରଦର୍ଶନ କରିଥିଲେ I କାର୍ଯ୍ୟକ୍ରମରେ ବିଚାରକ ରୂପେ ମୋଟାବାଡି ଶ୍ରୀ ଗୋପୀନାଥ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଉମାକାନ୍ତ ଦାସ,ପ୍ରଶାନ୍ତ କୁମାର ପ୍ରଧାନ ଉନ୍ନତ ଚନ୍ଦ୍ର ଶେଖର ବାଳିକା ବିଦ୍ୟାଳୟ , ବିଜ୍ଞାନ ଶିକ୍ଷକ, ବି. ଡି. ପୁର,ବେଲଗୁଣ୍ଠା ସାର୍ପ ଏଜୁକେସନ୍ ମୁଖ୍ୟ ପରିଚାଳକ ସତ୍ୟ ନାରାୟଣ ଶିଅ,ସାଇ ଆଇଟିଆଇ ସହକାରୀ ଅଧ୍ୟକ୍ଷ ବ୍ରଜ କିଶୋର ମହାରଣା ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ପ୍ରକଳ୍ପ ଗୁଡ଼ିକୁ ମୂଲ୍ୟାୟନ କରିଥିଲେ I ପ୍ରକଳ୍ପ ପ୍ରଦର୍ଶନୀ ପରେ ଅପରାହ୍ଣରେ ଅନୁଷ୍ଠାନ ସମ୍ପାଦକ ସୁଶାନ୍ତ କୁମାର ବେହେରାଙ୍କ ସଭାପତିତ୍ୱରେ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଶ୍ରେଷ୍ଠ ପ୍ରଦର୍ଶନି କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା I ଉଦଯାପନୀ ଉତ୍ସବର ଅତିଥି ରୂପେ ରୋଟାରୀ କ୍ଳବ୍ ସଭାପତି ରଞ୍ଜିତ କୁମାର ବାରିକ, ବେଲଗୁଣ୍ଠା ବଣିକ ସଂଘ ସଭାପତି ସନତ କୁମାର ସୁବୁଦ୍ଧି,କାଉନସିଲର ଭାସ୍କର ପାତ୍ର,ଦିବ୍ୟ ରଞ୍ଜନ ଦାସ, ରାମଚନ୍ଦ୍ର ମିଶ୍ର,ବେଲଗୁଣ୍ଠା ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ କୁମାର ପାତ୍ର ପ୍ରମୁଖ ଯୋଗ ଦେଇ ଜ୍ଞାନ ବିଜ୍ଞାନ ମେଳା ଶିଶୁଙ୍କ ମନରେ ସୃଜନୀ ଶକ୍ତି ଏବଂ ଦକ୍ଷତାର ବିକାଶ କରାଇଥାଏ ବୋଲି ପ୍ରକାଶ କରିବା ସହିତ ସେମାନଙ୍କୁ ଉତ୍ସାହିତ କରିଥିଲେ I ଜ୍ଞାନ ବିଜ୍ଞାନ ମେଳାର ଉଚ୍ଚ ବିଦ୍ୟାଳୟ ସ୍ତରରେ ଓମ୍ ପ୍ରସାଦ ପାତ୍ର,ଆୟୁଷ ସାହୁ,ଶୁଭଲକ୍ଷ୍ମୀ ବେହେରା,ସ୍ମୃତି ରଞ୍ଜନ ବିଷୋୟୀ,ଉଚ୍ଚ-ପ୍ରାଥମିକ ସ୍ତରରେ ଲକ୍ଷ୍ମୀନାରାୟଣ ମଲ୍ଲିକ,ଅନିମେଷ ବେହେରା,ଶ୍ରଦ୍ଧାରାଣୀ ବେହେରା ଏବଂ
ପ୍ରାଥମିକ ସ୍ତରରେ ଶ୍ରଦ୍ଧାଶ୍ରୀ ଲେଙ୍କା,ଦିବ୍ୟାଂଶୁ ନାୟକ,ହରପ୍ରିୟା ସାହୁଙ୍କ ପ୍ରକଳ୍ପକୁ ଶ୍ରେଷ୍ଠ ବିବେଚିତ କରାଯିବା ସହିତ ସମସ୍ତ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା I ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ କାଶୀନାଥ ସାହୁ ପ୍ରଧାନ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସୁକାନ୍ତ କୁମାର ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ I ଅନୁଷ୍ଠାନର ସହ ପ୍ରଧାନ ଅଚର୍ଯ୍ୟା ଶୁଭଶ୍ରୀ ପରିଡ଼ାଙ୍କ ସଂଯୋଜନାରେ ଗୁରୁଜୀ ଶିବରାମ, ସତ୍ୟ, ବସନ୍ତ, ଗୁଣ୍ଡିଚା, କୁମାରେଶ୍ୱର,ନୀଳମାଧବ ଏବଂ ସନ୍ଧ୍ୟା, ମହାଲକ୍ଷ୍ମୀ, ଟୁନି, ବିଶ୍ମିତା, ପ୍ରଭାତୀ, ଶୁଭମ, ସୁସ୍ମିତା, ରଶ୍ମିତା, ପ୍ରିତମ, ପ୍ରଭାସିନୀ ଗୁରୁମା ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥଲେ I
Sign in
Sign in
Recover your password.
A password will be e-mailed to you.
Next Post