ବିଜୁଯୁବବାହିନୀ ପକ୍ଷରୁ  ବରତୁଣ୍ଡା ଗ୍ରାମପଞ୍ଚାୟତ ରେ ମୁଁ ହିରୋ କାର୍ଯ୍ୟକ୍ରମ 

0

ମାଣ୍ଡୋସିଲ /ରାଜେନ୍ଦ୍ର କୁମାର ପ୍ରଧାନ :-ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ବରତୁଣ୍ଡା ଗ୍ରାମପଞ୍ଚାୟତରେ ବିଜୁଯୁବବାହିନୀର ମୁଁ ହିରୋ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଜୁଯୁବବାହିନି ତରୁଫରୁ ବିଭିନ୍ନ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ପଞ୍ଚାୟତର ସମସ୍ତ ଗ୍ରାମର ଯୁବକମାନଙ୍କୁ ଖେଲ ସାମଗ୍ରୀ ପ୍ରଦାନ କରାଯାଇଥିଲା । ମୋ ସ୍କୁଲ ଅଭିଯାନ ପାଇଁ ବରତୁଣ୍ଡା ଗ୍ରାମପଞ୍ଚାୟତ ତରୁଫରୁ ଇନ୍ଦିରା ପ୍ରିୟଦର୍ଶିନୀ  ଉଚ୍ଚ ବିଦ୍ୟାଳୟକୁ ତିନି ଲକ୍ଷ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ବିଜୁଯୁବବାହିନି ର ସଭାପତି ଜୁନେଦ ଖାଁ ଙ୍କ ସଭାପତିତ୍ୱ ରେ ଅନୁଷ୍ଟିତ ସଭାରେ ମୂଖ୍ୟ ଅତିଥି ଜିଲ୍ଲାପରିଷଦ ବିଶ୍ବନାଥ ବାଗ।,ସମ୍ମାନିତ ଅତିଥି ସରପଞ୍ଚ ଜୟନ୍ତି ପୁଟା, ସମିତିସଭ୍ୟା ପୁଷ୍ପାଞଲି ଧରୁଆ,  କାର୍ଯ୍ୟନିର୍ବାହୀ ଅଧିକାରୀ ସାନନ୍ଦ ମେହେର, ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଫୁଲ୍ଲ କୁମାର ଯୋଶୀ। ମୋ ସ୍କୁଲ ଅଭିଯାନ ସଭାପତି ଉମାକାନ୍ତ ବାଗ ଉପସ୍ଥିତ ଥିଲେ। ସଭା ଶେଷରେ ଗ୍ରାମ ପଞ୍ଚାୟତର ସମ୍ପାଦକ ଜଗ ଜିବନ ସିଂ ଗିର୍ନା ଧନ୍ୟବାଦ ଅର୍ପଣ  କରିଥିଲେ। ବିଜୁ ଯୁବ ବାହିନୀର ସଦସ୍ୟ ମାନେ ସହଯୋଗ କରିଥିଲେ।

 

 

 

 

Leave A Reply

Your email address will not be published.