ସୁସ୍ଥ ନାରୀ: ସଶକ୍ତ ପରିବାର କାର୍ଯ୍ୟକ୍ରମ ଅନୁଷ୍ଠିତ

0

ମାଲକାନଗିରି ରୁ  ସୁରେନ୍ଦ୍ର ବେମାଳ:

ଓଡ଼ିଶା ସରକାର ଓ ବିକ୍ରମଦେବ ବିଶ୍ଵବିଦ୍ୟାଳୟ ନିର୍ଦ୍ଦେଶ କ୍ରମେ ସରକାରୀ ସ୍ନାତକ ମହାବିଦ୍ୟାଳୟ ଚିତ୍ରକୋଣ୍ଡାରେ “ସୁସ୍ଥ ନାରୀ: ସଶକ୍ତ ପରିବାର” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଡକ୍ଟର ଚିନ୍ମୟ କୁମାର ବେହେରାଙ୍କ ପୌରୋହିତ୍ୟରେ ଏହି ଅବସରରେ ଏକଦିବସୀୟ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। ଅଧ୍ୟାପିକା ସସ୍ମିତା ଖରା, ରଶ୍ମିତା ନନ୍ଦ,ରାଜଶ୍ରୀ ସେଠି,ମାଧବୀ ମଣ୍ଡଳ ଓ ପୁଷ୍ପଲତା ରାଉତ ପ୍ରଭୃତି ସୁସ୍ଥ ନାରୀ , ନାରୀ ଶକ୍ତି ,ନାରୀ ସ୍ୱତନ୍ତ୍ରତା ଓ ପରିବାର ପାଇଁ ନାରୀର ଭୂମିକା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇ ସୁନ୍ଦର ଭାବରେ ବୁଝାଇଥିଲେ। ନାରୀ ସମ୍ମାନ ସମ୍ପର୍କରେ ଅଧ୍ୟାପକ ଜଗନ୍ନାଥ ଦାସ ନିଜ ବକ୍ତବ୍ୟ ରଖିଥିଲା ବେଳେ ଗୋଟେ ସଶକ୍ତ ପରିବାର ତଥା ସୁନ୍ଦର ପରିବାର ଗଠନରେ ସୁସ୍ଥ ନାରୀର ଭୂମିକା ସଂବନ୍ଧରେ ଅଧ୍ୟକ୍ଷ ପ୍ରଭାବଶାଳୀ ବକ୍ତୃତା ଉପସ୍ଥାପନ କରିଥିଲେ। ପରିଶେଷରେ ଅଧ୍ୟାପକ କୃଷ୍ଣ ତନ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅନ୍ୟାନ୍ୟ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀମାନେ ସକ୍ରିୟ ଅଂଶ ଗ୍ରହଣ କରି ସ୍ୱାଭିମାନ ଅଞ୍ଚଳରେ ନାରୀଙ୍କ ସମ୍ମାନ ଓ ସ୍ଵାସ୍ଥ୍ୟ ପ୍ରତି ସଚେତନ ହେବାକୁ ସଂକଳ୍ପ କରିଥିଲେ।

Leave A Reply

Your email address will not be published.