ଓଡ଼ଗାଁ,୨୪।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜେ ଶ୍ରୀ ରଘୁନାଥ ଜିଉଙ୍କ ହୁଣ୍ଡି ବାକ୍ସ ବୁଧବାର ଦିନ ଖୋଲାଯାଇଛି । ସେଥିରୁ ୩ ଲକ୍ଷ ୬୭ ହଜାର ୪୪୪ ଟଙ୍କା ମିଳିଥିବା ବେଳେ ୩ ଗ୍ରାମ ୧୪୧ ମିଲି ଗ୍ରାମ ସୁନା, ୫୦ଗ୍ରାମ ୪ଶହ ମିଲି ଗ୍ରାମ ରୁପା, ୧ କିଲୋଗ୍ରାମ ୪ଶହ ଗ୍ରାମ ପିତଳ ତଉଘଣ୍ଟି ମିଳିଥିଲା । ହୁଣ୍ଡି ବାକ୍ସ ଖୋଲିବା ବେଳେ ଓଡ଼ଗାଁ ତହସିଲଦାର ଡ. ମାନସ ରଞ୍ଜନ ଭୋଇ, ପୁଜକ ପରିଷଦ ସଭାପତି ପ୍ରଫୁଲ୍ଲ କୁମାର ମହାପାତ୍ର, ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ର, ମନ୍ଦିର ପରିଚ୍ଛା, ମନ୍ଦିର ଅଫିସ କର୍ମଚାରୀ ଏବଂ ପୋଲିସ ପ୍ରଶାସନର ଉପସ୍ଥିତିରେ ଗଣତି ମଣତି କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.