ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ , ଭଞ୍ଜବିହାରର ନୂତନ ସମ୍ମିଳନୀ ହଲ୍ ଠାରେ ଗଜପତି ଜିଲ୍ଲା କଶୀନଗରର ଶ୍ରୀରାମ ଡିଗ୍ରୀ କଲେଜ ପାଇଁ ଏକ ଗୌରବର ମୁହୂର୍ତ୍ତ ହେଲା। ଗଣିତ ବିଭାଗର ଅଧ୍ୟାପକ ଏବଂ ଜାତୀୟ ସେବା ଯୋଜନା ପୁରୁଷ ୟୁନିଟ୍ ପ୍ରୋଗ୍ରାମ ଅଫିସର ଶ୍ରୀ ବିଶ୍ୱ ରଞ୍ଜନ ଗୌଡ଼ ୨୦୨୪–୨୫ ବର୍ଷର ବିଶ୍ୱବିଦ୍ୟାଳୟ ସର୍ବୋତ୍କୃଷ୍ଟ ୟୁନିଟ୍ ଅୱାର୍ଡ ପାଇଥିବା ବେଳେ , ପୂର୍ବତନ ଛାତ୍ର ଶ୍ରୀ ଦୀପକ ରଞ୍ଜନ ମହାପାତ୍ରଙ୍କୁ ସର୍ବୋତ୍କୃଷ୍ଟ ସ୍ୱୟଂସେବକ ପୁରସ୍କାର ଏନ୍ଏସ୍ଏସ୍ ଦିବସରେ କୁଳପତି ଗିତାଞ୍ଜଳୀ ଦାଶଙ୍କ ଠାରୁ ପାଇଛନ୍ତି I
ଏହି ଶ୍ରେୟ ପାଇଁ ଉଭୟ ବିଶ୍ୱବିଦ୍ୟାଳୟ ଏନ୍ ଏସ୍ ଏସ୍ ସମନ୍ୱୟକ ଡ଼. ଜୟନ୍ତ ପଣ୍ଡା , ଜିଲ୍ଲା ଏନ୍ଏସ୍ଏସ୍ ଅଧିକାରୀ ଶ୍ରୀ ସନ୍ୟାସୀ ବେହେରା , ଅଧ୍ୟକ୍ଷ ଡ଼. ପ୍ରଶାନ୍ତ ବାନାପାଲି ଙ୍କ ସହିତ ସମସ୍ତ ଶିକ୍ଷକ , କର୍ମଚାରୀ ଏବଂ ସ୍ୱୟଂସେବକମାନଙ୍କୁ ନିଜ ସଫଳତାରେ ଦିଆଯାଇଥିବା ମୁଲ୍ୟବାନ୍ ସହଯୋଗ ପାଇଁ ହୃଦୟପୂର୍ବକ ଧନ୍ୟବାଦ ଜଣାଇଛନ୍ତି। ଉଭୟଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.