ମାଲକାନଗିରି ଜଙ୍ଗଲରୁ ମାଓଡମ୍ପ୍ ଠାବ ।

0

ମାଲାକନଗିରି, ତା:- ୨୪/୦୯: ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତ ଭେଜାଙ୍ଗିୱାଡା ସଂରକ୍ଷିତ ଜଙ୍ଗଲରେ ଏକ ମାଓ ଡମ୍ପ ଠାବ କରାଯାଇଛି। ମାଟି ତଳେ ଥିବା ଏହି ଡମ୍ପରୁ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ ଜବତ କରାଯାଇଛି। ପୋଲିସ ସୂଚନା ଅନୁଯାୟୀ, ୧୪୨ ବିଏସ୍ଏଫ୍ ଓ ଡିଭୀଏଫ୍ ଯବାନ ମାନେ ଗତକାଲି କୁମିଂ ଅପରେଶନ କରିବା ସମୟରେ ଭେଜାଙ୍ଗିୱାଡା ସଂରକ୍ଷିତ ଜଙ୍ଗଲର ଏକ୍ସାନୁର, ଦୟାଲତଙ୍ଗ ଗ୍ରାମ ନିକଟ ଜଙ୍ଗଲର ଗୋଟିଏ ସ୍ଥାନରେ ମାଟି ତଳେ ମାଓବାଦି ଙ୍କ ଡମ୍ପ ଥିବା ଜାଣିବାକୁ ପାଇଥିଲେ। ଯବାନମାନେ ସେଠାରେ ମାଟି ଖୋଳି ଗୋଟିଏ ଗ୍ରେନେଡ୍, ୨୪ଟି ଜିଲେଟିନ ଷ୍ଟିକ୍, ୪୦ ମିଟର କୋଡେକ୍ସ ତାର, ଗୋଟିଏ ୩୬ ନମ୍ବର ଗ୍ରେନେଡ୍, ୨୨ଟି ଡିଟୋନେଟର, ୨ଟି ରିମୋଟ୍, ଗୋଟିଏ ମୋଟର, ୩ଟି ଗ୍ୟାସ୍‌ ସିଲିଣ୍ଡର, ୧୫ଟି ଲୁହା ପ୍ଲେଟ୍, ୫୦ଟି ଅଫୁଟା ଗୁଳି ଜବତ କରିଛନ୍ତି। ପୂର୍ବରୁ ଉକ୍ତ ଅଞ୍ଚଳ ମାଓବାଦୀଙ୍କ ଆଡ୍ଡାସ୍ଥଳ ଭାବେ ପରିଚିତ ଥୂବାବେଳେ କୌଣସି ଅଘଟଣ ଘଟାଇବା ଉଦ୍ଦେଶ୍ୟରେ ମାଓବାଦୀ ମାନେ ଏହାକୁ ଲୁଚାଇ ରଖିଥିବା ଯବାନମାନେ ପ୍ରକାଶ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ସର୍ଚ୍ଚ ଅପରେଶନ ଡମ୍ପରେ ଦୁଇଟି ଟିଫିନ୍ ବୋମା, ଜାରି ରହିଥ‌ିବା ଜଣାପଡ଼ିଛି।

Leave A Reply

Your email address will not be published.