(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣପୁର, ୨୩/୯ ସଦ ଗୁରୁ ଶ୍ରୀଶ୍ରୀ ଅର୍ଜୁନଙ୍କ ପ୍ରତିଷ୍ଠିତ ଦିବ୍ୟ ଦର୍ଶନ ସଂଘ ଗୁଣପୁର ଶାଖା ଜ୍ଞାନ ମନ୍ଦିର ଠାରେ ପି ଗୋପାଳ ରାଓଙ୍କ ସହ ସହସ୍ରାଧିକ ଗୁରୁ ଭାଇ ଓ ଭଉଣୀ ମାନଙ୍କର ଦୀକ୍ଷା ବାର୍ଷିକ ପାଳନ ଅବସରରେ ସତ୍ ସଙ୍ଗ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସତ୍ ସଙ୍ଗରେ ଦିବ୍ୟ ଦର୍ଶନ ସଂଘର ଦିବ୍ୟ ସଭାପତି ଶ୍ରୀ ରବୀନ୍ଦ୍ରନାଥ ମହାନ୍ତି ଭୁବନେଶ୍ବର, ଦିବ୍ୟ ସମ୍ପାଦକ ଶ୍ରୀ କେଶବ ସେଠୀ ରାୟଗଡ଼ା, କେନ୍ଦ୍ରୀୟ କମିଟିର ଦିବ୍ୟ ସଦସ୍ୟ ଶ୍ରୀ ବାସିନୀ ଭୂଜଙ୍ଗ ରାଓ ଯୋଗଦାନ କରି ଗୁରୁ ଦୀକ୍ଷାର ଆବଶ୍ୟକତା କାହିଁକି,ଗୁରୁ ଶିଷ୍ୟର ସମ୍ପର୍କ, ମୁକ୍ତି ପାଇବାର ସରଳ ମାର୍ଗ ଇତ୍ୟାଦି ବିଷୟ ଉପରେ ଆଲୋକ ପାତ କରିଥିଲେ।ଆଞ୍ଚଳିକ ପ୍ରତିନିଧି ଶ୍ରୀ ଗୋରୀ ଶଙ୍କର,କେଶବ ପଟ୍ଟନାୟକ, ବରିଷ୍ଟ ଗୁରୁ ଭାଇ ଧନଞ୍ଜୟ ବେହେରା, ରାମା ରାଓ, ଉର୍ମିଳା ଭଉଣୀ, ମାଝୀ ଶବର,ବଳରାମ, ଦ୍ଵିତିକୃଷ୍ଣ ସେନାପତି, ଶୋଭାବତୀ ପାଳକା, ରିନା ଶତପଥୀ ପୂର୍ଣ୍ଣ ସହଯୋଗ କରିଥିଲେ। ଉକ୍ତ ସତ୍ ସଙ୍ଗରେ 250 ଜଣ ଗୁରୁ ଭାଇ ଭଉଣୀ ଏବଂ ଆଧ୍ୟାତ୍ମିକ ଭକ୍ତ ଯୋଗଦାନ କରି ଆତ୍ମ ଜ୍ଞାନ ଶ୍ରବଣ କରି ଜୀବନକୁ ଧନ୍ୟ ମନେ କରିଥିଲେ। ନଅ ଜଣ ଗୁରୁ ଦୀକ୍ଷା ଗ୍ରହଣ କରି ଦିବ୍ୟ ପରିବାରରେ ଅନ୍ତର୍ଭୁକ୍ତ ହୋଇଥିଲେ। ସମସ୍ତଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.