ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ପ୍ରଧାନମନ୍ତ୍ରୀ ସ୍ବାନିଧି ଯୋଜନା ଅଧିନରେ ୮୫ ଜଣକୁ ହେବ ଋଣ ପ୍ରଦାନ

3

ଓଡ଼ଗାଁ,୨୩।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସିର ବୁଲା ବିକାଳି, ଉଠା ଦୋକାନୀ ଏବଂ ଠେଲା ଗାଡ଼ି ଦୋକାନୀ ମାନଙ୍କ ଆର୍ଥିକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଓଡ଼ଗାଁ ଏନ୍ଏସିର ୮୫ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ସ୍ବାନିଧି ଯୋଜନାରେ ଋଣ ପ୍ରଦାନ କରାଯିବ । ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବ୍ୟାଙ୍କ ଅଧିକାରୀ ଓ ହିତାଧିକାରୀଙ୍କ ଉପସ୍ଥିତିରେ ଏନ୍ଏସି କାର୍ଯ୍ୟାଳୟ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଲିଡ୍ ବ୍ୟାଙ୍କ ମ୍ୟାନେଜର ଲୋହିତ ନନ୍ଦ ବୈଠକରେ ଯୋଗଦେଇ, ସ୍ବାନିଧି ଯୋଜନାର ୩ ପର୍ଯ୍ୟାୟ ଋଣ ମିଳିବା ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ।ଆବଶ୍ୟକ ନଥିପତ୍ର ଯାଞ୍ଚ ପରେ ୧୨୬ ଜଣ ଆବେଦନକାରୀଙ୍କ ମଧ୍ୟରୁ ୮୫ ଜଣ ହିତାଧିକାରୀଙ୍କୁ ଋଣ ପ୍ରଦାନ ପାଇଁ ସ୍ଥିର ହୋଇଥିଲା । ତେବେ ହିତାଧିକାରୀ ମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ୨୦ ହଜାର ଟଙ୍କା ଋଣ ପ୍ରଦାନ କରାଯିବ । ଋଣ ଟଙ୍କାର ନିୟମିତ ପରିଚାଳନା କରି ସଠିକ୍ ପଇଠ କଲେ ପରବର୍ତ୍ତୀ ପର୍ଯ୍ୟାୟରେ ସେମାନଙ୍କୁ ଦ୍ବିତୀୟ କିସ୍ତିରେ ୫୦ ହଜାର ଏବଂ ୩ୟ‌ ପର୍ଯ୍ୟାୟରେ ୧ଲକ୍ଷ ଅଥବା ତଦୁର୍ଦ୍ଧ୍ବ ଋଣ ପ୍ରଦାନ କରାଯିବ ବୋଲି ଜଣାଯାଇଛି

Leave A Reply

Your email address will not be published.