ମାଲକାନଗିରି ରୁ ସୁରେନ୍ଦ୍ର ବେମାଳ: ଡାରୱିନ୍ ମେମୋରିଆଲ୍ ଡିଗ୍ରୀ କଲେଜ, କୁଡୁମୁଲୁଗୁମ୍ମା, ଜିଲ୍ଲା-ମାଲକାନଗିରିର NSS ସହ-ୟୁନିଟ୍ ୧ ପକ୍ଷରୁ ୧୭.୦୯.୨୦୨୫ ରୁ ୨୩.୦୯.୨୦୨୫ ପର୍ଯ୍ୟନ୍ତ ଦଣ୍ଡାଶେଣାଗୁଡାରେ ଆୟୋଜିତ NSS ସ୍ଵତନ୍ତ୍ର ଶିବିରର ସମାପନୀ ସଭା ୨୩.୦୯.୨୦୨୫ ତାରିଖରେ ଆୟୋଜିତ ହୋଇଯାଇଅଛି। ଏହି ସଭାରେ ସ୍ଥାନୀୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ, ଓଡ଼ିଆ ଆଧ୍ୟାପିକା ସଞ୍ଜିତା ଖୋସଲା, ଶିକ୍ଷା ଆଧ୍ୟାପିକା ଶ୍ରୀଦେବୀ ପରିଡା,୫୩ ଜଣ NSS ସ୍ଵେଚ୍ଛାସେବୀ, ଓ ସ୍ଥାନୀୟ ଗ୍ରାମବାସୀମାନେ ଉପସ୍ଥିତ ଥିଲେ I NSS ପ୍ରୋଗ୍ରାମ୍ ଅଫିସର ବିଶ୍ୱଜିତ ମହାନ୍ତି ସ୍ୱାଗତ ଭାଷଣ ସହିତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସଭାରେ ବିଭିନ୍ନ NSS କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଆଲୋଚନା, ଶିବିରରେ କରାଯାଇଥିବା କାର୍ଯ୍ୟମାନଙ୍କ ଅନୁଭବ ବାଣୀ ଓ ସ୍ଥାନୀୟ ବାସିନ୍ଦାମାନଙ୍କର ସହଯୋଗ ପାଇଁ ଧନ୍ୟବାଦ ଜଣାଇବା ହୋଇଥିଲା। ସମାପନୀ ସଭାଟି ଉତ୍ସାହମୟ ଭାବେ ଅନୁଷ୍ଠିତ ହୋଇ ସଫଳତାର ସହ ସମାପ୍ତି ଲାଭ କଲା। ସାତଦିନ ମଧ୍ୟରେ ସ୍ଵେଚ୍ଛାସେବୀମାନେ ପୋଷ୍ୟ ଗ୍ରାମ ଦଣ୍ଡସେନାଗୁଡା ଠାରେ ବୃକ୍ଷ ରୋପଣ, ସ୍ଵଛଭIରତ ଅଭିଯାନ, ମ୍ଯାଲେରିୟା ଏବଂ ଡେଙ୍ଗୁର ନିରାକରଣ, ଶିଶୁ ଶ୍ରମ ନିରାକରଣ, ବାଲ୍ୟ ବିବାହ ଏବଂ କମ ବୟସରେ ବିବାହକୁ ବିରୋଧ, ଗ୍ରାମ ସର୍ଭେ , ଗ୍ରାମର ଅଭାବ ଏବଂ ଅସୁବିଧା ଉପରେ ସଚେତନ କାର୍ଯ୍ୟକ୍ରମ କରିଥିଲେ I ସର୍ବ ଶେଷରେ ସ୍ଵେଚ୍ଛାସେବୀ ମାନଙ୍କୁ ଅଧ୍ୟକ୍ଷଙ୍କ ଦ୍ଵାରା ପ୍ରମାଣପତ୍ର ପତ୍ର ପ୍ରଦାନ କରଯାଇଥିଲା I
Sign in
Sign in
Recover your password.
A password will be e-mailed to you.