ବିଜେପୁର ମହାବିଦ୍ୟାଳୟରେ ସୁସ୍ଥନାରୀ ସଶକ୍ତ ପରିବାର ଅଭିଯାନ ଶିବିର

3

ବିଜେପୁର :-ବିଜେପୁର ମହାବିଦ୍ୟାଳୟ ପରିସରରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ବିଜେପୁର ଆୟୋଜିତ “ସୁସ୍ଥନାରୀ ସଶକ୍ତ ପରିବାର” ମେଗା ସ୍ୱାସ୍ଥ୍ୟ ସେବା ଶିବିର ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି।
ପ୍ରଥମେ ମା’ ସରସ୍ୱତୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ ହୋଇଥିଲା। ଉଦଘାଟନ କରିଥିଲେ ଏଡିପିଏଚଓ ଡ଼ା. ଶ୍ରୀକୃଷ୍ଣ ବଲ୍ଲଭ ମହାନ୍ତି, ଦନ୍ତରୋଗ ବିଶେଷଜ୍ଞ ଡା. ଆଶିଷ କୁମାର ପଣ୍ଡା, ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡା. ପୂର୍ଣ୍ଣଶଙ୍କର ମେହେର, ଶିଶୁରୋଗ ବିଶେଷଜ୍ଞ ଡା. ଅମିତ କୁମାର ଭୋଇ, ଜେନେରାଲ ଓପିଡି ଡା. ସୋନାଲି ମେହେର, ଡା. ସୁଦିପ୍ତ ପ୍ରଧାନ ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ସୁଶାନ୍ତ ମେହେର। କଲେଜ ଅଧ୍ୟକ୍ଷ ପ୍ରଦୀପ କୁମାର ମିଶ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ରୁଦ୍ରଦେବ ଡନସନା ମଧ୍ୟ ସଭାରେ ଉପସ୍ଥିତ ଥିଲେ।
ଶିବିରରେ ୫୬୪ ଜଣ ରୋଗୀଙ୍କୁ ମୁକ୍ତରେ ସ୍ୱାସ୍ଥ୍ୟ ପରୀକ୍ଷା ସହିତ ଔଷଧ ପ୍ରଦାନ କରିଥିଲେ। ୧୫୪ ଜଣ ଛାତ୍ରଛାତ୍ରୀଙ୍କୁ ଟିଡି ଭେକସିନ ଦିଆଗଲା। ବିଶେଷତଃ କିଶୋରୀ ବାଳିକାଙ୍କ ସ୍ୱାସ୍ଥ୍ୟ, ସିକଲ ସେଲ୍, ହିମୋଗ୍ଲୋବିନ, ଏନସିଡି ସ୍କ୍ରିନିଂ ଉପରେ ଗୁରୁତ୍ୱ ଦିଆଯାଇଥିଲା। ସେହିପରି ଆୟୁଷ୍ମାନ କାର୍ଡ ପ୍ରଦାନ ସୁବିଧା ମଧ୍ୟ ରହିଥିଲା।
ରୋଗୀମାନଙ୍କ ପାଇଁ ବିଭିନ୍ନ ବିଭାଗୀୟ ପ୍ରକୋଷ୍ଠ ରେ ବିଶେଷଜ୍ଞଙ୍କ ସୁବ୍ୟବସ୍ଥିତ ପରାମର୍ଶ ବ୍ୟବସ୍ଥା କରାଯାଇଥିଲା। ୟୁଥ୍ ରେଡକ୍ରସ, NSS ଓ NCC ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀମାନେ ରୋଗୀମାନଙ୍କୁ ସହଯୋଗ କରିଥିଲେ।
ମେଲେରିଆ, ଡେଙ୍ଗୁ, ଫାଇଲେରିଆ, ଯକ୍ଷ୍ମା, କୁଷ୍ଠ ଇତ୍ୟାଦି ରୋଗ ସମ୍ପର୍କରେ ସଚେତନତା ବୃଦ୍ଧି ପାଇଁ ପଙ୍କଜ ମେହେର, ସୁପରଭାଇଜର ନବ କୁମାର ବାରିକ, ଦେବାଶିଷ ଦେବତା ଓ ଅମିତ କୁମାର ସାହୁ ଏକ ଜ୍ଞାନବର୍ଧକ କ୍ଲାସ ନେଇଥିଲେ।
ଏହି କାର୍ଯ୍ୟକ୍ରମରେ ବ୍ଲକ ସ୍ତରୀୟ ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସକ୍ରିୟ ଯୋଗଦାନ କରିଥିଲେ।

Leave A Reply

Your email address will not be published.