ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସଂସ୍କୃତି ମନ୍ତ୍ରଣାଳୟ ଭାରତ ସରକାରଙ୍କ ଦ୍ୱାରା ସେବା ପକ୍ଷ- ୨୦୨୫ ପାଳନ ଅବସରରେ ଜିଲ୍ଲା ସଂସ୍କୃତି ପରିଷଦ , ଗଜପତି ପକ୍ଷରୁ “ବିକଶିତ ଭାରତ -୨୦୪୭” ପ୍ରସଙ୍ଗ ସମ୍ପର୍କିତ ବିଭିନ୍ନ ବିଷୟରେ ଚିତ୍ରାଙ୍କନ ପ୍ରତିଯୋଗିତା ବିଦ୍ୟାଳୟ , ମହାବିଦ୍ୟାଳୟ ଓ ବୃତ୍ତିଗତ-ତଥା-ଯୁବ ଚିତ୍ରଶିଳ୍ପୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ସହ ସେମାନଙ୍କ ସ୍ବପ୍ନର ଆଗାମୀ ସମ୍ପନ୍ନ ଭାରତର ରୂପରେଖ ପ୍ରସ୍ତୁତି କରିବାର ଏକ ସ୍ୱର୍ଣୀମ ଅବସର ପ୍ରଦାନ କରାଯାଇଥିଲା।
ଏଥି ନିମନ୍ତେ ଆଜି ସ୍ଥାନୀୟ ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଏକ ପ୍ରତିଯୋଗୀତା ତଥା କର୍ମଶାଳା ଆୟୋଜନ କରାଯାଇଥିଲା ।
ଏହି ପ୍ରତିଯୋଗିତାରେ ପ୍ରଥମ , ଦିତ୍ୱୀୟ ଓ ତୃତୀୟ ସ୍ଥାନ ଅର୍ଜନ କରିଥିବା ଚିତ୍ରଶିଳ୍ପୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିବା ସହ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଚିତ୍ରଗୁଡ଼ିକୁ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ପୁନଃ ମୂଲ୍ୟାଙ୍କନ ନିମନ୍ତେ ସମସ୍ତ ଜିଲ୍ଲାରୁ ପ୍ରେରଣ କରାଯିବ। ସେଠାରେ ବିଜୟୀ ଚିତ୍ରଶିଳ୍ପୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଅର୍ଥରାଶି ଓ ପ୍ରମାଣ ପତ୍ର ପ୍ରଦାନ କରାଯିବ। ଆଜିର ଏହି ପ୍ରତିଯୋଗିତାରେ ବିଚାରକ ମଣ୍ଡଳୀ ଭାବେ ମୁରୁଲୀଧର ପରିଚ୍ଛା , କୈଳାସ ପୃଷ୍ଠି , ଆର.କ୍ରିଷ୍ଣା ରେଡ୍ଡୀ ଓ ବିଚିତ୍ରାନନ୍ଦ ବେବର୍ତ୍ତା ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ଜିଲ୍ଲା ସଂସ୍କୃତି ଅଧିକାରୀ , ଗଜପତି ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.