ସୁବର୍ଣ୍ଣପୁର ର କଳାକାର ଶାଶ୍ୱତ ତ୍ରିପାଠୀ ଙ୍କୁ ବିଶାଖାପାଟନମ ଜୁହାର ଗୌରବ ସମ୍ମାନ ୨୦୨୫ ରେ ସଂମ୍ବର୍ଦ୍ଧିତ

3

ସୁବର୍ଣ୍ଣପୁର, ଶାସକ ପ୍ରସାଶକ (ପ୍ରକାଶ କୁମାର ହାତୀ )ବିଶାଖାପାଟଣା ପ୍ରବାସୀ ପଶ୍ଚିମ ଓଡିଶାବାସୀଙ୍କ ଅଗ୍ରଣୀ ଅନୁଷ୍ଠାନ ଜୁହାର ପରିବାର ତରଫରୁ ନୁଆଁଖାଇ ମୌଳିକ ପରମ୍ପରାକୁ ବଜାୟ ରଖି ଧୁମଧାମରେ ନୁଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୧ ତାରିଖ ଦିନ ଆୟୋଜିତ ହୋଇଯାଇଛି। କଳାମେଘ ଆଦିଟୋରିଅମ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶେଷ ଆକର୍ଷଣ ଥିଲା ବିଶାଖାପାଟଣା ଭଳି ମହାନଗରୀରେ ଛତର ମହିଳା ମାନଙ୍କ ନେତୃତ୍ୱାଧୀନ ଇଷ୍ଟଦେବୀ ପୂଜା ପରେ ଏକାଠୀ ବସି ସମସ୍ତେ ନୁଆଁ ଚୁରା କୁଁଡା ପ୍ରସାଦ ସେବନ କରିଥିଲେ ।ଯାହାକୁ ଦାଇତ୍ୱ ନେଇଥିଲେ ସୁବ୍ରତ ଭୋଇ ଓ ଭୁପେନ୍ଦ୍ର ବିଶି।ଏହି କାର୍ଯ୍ୟକ୍ରମରେ ଉପଦେଷ୍ଠା ଚିତ୍ତରଞ୍ଜନ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଶ୍ଚିମ ଓଡିଶାର ସମୃଦ୍ଧ ଭାଷା ସାହିତ୍ୟ ଉପରେ ଆଲୋକପାତ କରିବା ସହ ସମ୍ବଲପୁରୀ ପର୍ବ ସହ ଲୋକ ସଂସୃତି ଉପରେ ସମସ୍ତଙ୍କୁ ସାମିଲ ହେବାପାଇଁ ଅନୁରୋଧ କରିଥିଲେ। ସେହିପରି ସମ୍ବଲପୁର ନାନ୍ଦେତ୍ ନାଗାବଲି ଟ୍ରେନ୍ ପ୍ରତ୍ୟେକ ଦିନ
ଚଳlଚଳ ପାଇଁ ଓସାକାର ବହୁଦିନର । ସେ ମଧ୍ୟ ତାଙ୍କ ନୁଆଁଖାଇ ବାର୍ତ୍ତା ପଠାଇଥିଲେ। ଜୁହାର ପରିବାର ତରଫରୁ ଶାଶ୍ଵତ କୁମାର ତ୍ରିପାଠୀ, ପଦ୍ମିନୀ ଦୋରା ଏବଂ ଡ଼ ମୋହିତ ସ୍ୱାଇଁ ଙ୍କୁ “ଜୁହାର ଗୌରବ” ୨୦୨୫ ସମ୍ମାନ ପ୍ରଦାନ କରାଯାଇଥିଲା। ରୁମକୁଝୁମାନା ଗ୍ରୁପ୍ ର ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଶାଶ୍ୱତ ଙ୍କ ସହ ଯୁବ ଗାୟିକା ତପସ୍ୱିନୀ ଦାସ, ଗାୟକ ଶାନ୍ତନୁ ମୁନା ଙ୍କର ଗୀତର ତାଳେ ତାଳେ ଦର୍ଶକ ଝୁମି ଉଠିଥିଲେ। ଉଦଘୋଷିକା ସସ୍ମିତା ପରମଗୁରୁ, ସୁଶାନ୍ତ ପତି, ଭୂପେନ୍ଦ୍ର ବିଶି ଙ୍କର ମଞ୍ଚ ପରିଚାଳନା ବେଶ୍ ଆକର୍ଷଣୀୟ ଥିଲା। ପଶ୍ଚିମ ଓଡିଶାର ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତି ପାଇଁ ସମ୍ବଲପୁର ରୁ ରାନ୍ଧୁଣିଆ ମଧ୍ୟ ଆସିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ‘ଓସାକା’ ର ସମସ୍ତ କାର୍ଯ୍ୟକର୍ତା ସହ କବି ଅର୍ଜୁନ କୁମାର ସାହୁ, ନିଗମ ନାଥ, ଅଲେଖ ଡାଂଗ୍ ସହଯୋଗ କରିଥିଲେ। ଶେଷରେ ଜୁହାର ର ସଭାପତି ମନୋଜ କୁମାର ବେହେରା, ଉପସଭାପତି କୁମୁଦ ବାଗ, ଏବଂ ନିର୍ମଳ ଚନ୍ଦ୍ର ନାଏକ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ସଂଧ୍ୟା ପର୍ଯ୍ୟନ୍ତ ପ୍ରାୟ ଶହେ ସତୁରୀ ପରିବାର କାର୍ଯ୍ୟକ୍ରମରେ ସାମିଲ ହୋଇଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ।ମହିଳା ମାନଙ୍କ ଫ୍ୟାସନ ସୋ ସମସ୍ତଙ୍କୁ ଆକର୍ଷିତ କରିଥିଲା।

Leave A Reply

Your email address will not be published.