ଓପିଜିସି ଦକ୍ଷତା ବିକାଶ ଅଭିଯାନ

3

 ଲଖନପୁର :  ଲଖନପୁର ବ୍ଲକ ବନହରପାଲି ସ୍ଥିତ ଓଡ଼ିଶା ପାୱାର ଜେନେରେସନ କର୍ପୋରେସନ ଲିମିଟେଡ (ଓପିଜିସି) ତରଫରୁ ଇବଥର୍ମାଲ୍ ପାୱାର ଷ୍ଟେସନ୍ ଆଖପାଖର ଗ୍ରାମ ଗୁଡ଼ିକର ଶିକ୍ଷିତ ଯୁବକ ଏବଂ ଯୁବତୀ ଓପିଜିସି ଆର୍ଥିକ ସହାୟତାରେ ହୀରାକୁଦ ସ୍ଥିତ ସରକାରୀ ଆଇଟିଆଇ ବୈଷୟିକ ତାଲିମ କେନ୍ଦ୍ରରେ ତାଲିମ ଗ୍ରହଣ ବ୍ୟବସ୍ଥା ହୋଇଛି। ଓପିଜିସି ଦ୍ବାରା ଆଜି ଇବଥର୍ମାଲ ପାୱାର ଷ୍ଟେସନର ଇବକ୍ଲବରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥ୍ ଭାବେ ଯୋଗଦେଇ ହୀରାକୁଦ ଆଇଟିଆଇରେ ପ୍ରବେଶ କରିଥିବା ଛାତ୍ରଛାତ୍ରୀଙ୍କୁ ଓପିଜିସି ପରିଚାଳନା ନିର୍ଦ୍ଦେଶକ କେଦାର ରଞ୍ଜନ ପାଣ୍ଡୁ ଏବଂ ନିର୍ଦ୍ଦେଶକ-ପରିଚାଳନା ଅଞ୍ଜନ ରଞ୍ଜନ ଦାଶଙ୍କ ଉପସ୍ଥିତିରେ ସମ୍ମାନିତ କରିଥିଲେ। ମନ୍ତ୍ରୀ ଶ୍ରୀ ପୂଜାରୀ ଓପିଜିସି ଦ୍ବାରା ନିଆଯାଇଥିବା ସିଏସଆର୍ କାର୍ଯ୍ୟକଳାପକୁ ପ୍ରଶଂସା କରିଛନ୍ତି। ଆଗକୁ ମଧ୍ୟ ଏଭଳି ଅଧିକ ବିକାଶମୂଳକ କାର୍ଯ୍ୟକଳାପକୁ ଅନ୍ତର୍ଭୁକ୍ତ କରିବାକୁ ସେ ଅନୁରୋଧ କରିଥିଲେ। ସ୍ଥାନୀୟ ଯୁବ ବର୍ଗଙ୍କୁ ନିଯୁକ୍ତିଯୋଗ୍ୟ ଦକ୍ଷତା ସହିତ ପ୍ରସ୍ତୁତ କରାଯିବ। ଏହାଦ୍ବାରା ଝାରସୁଗୁଡା ଜିଲା ଏବଂ ବାହାରର ଶିଳ୍ପ ଗୁଡ଼ିକରେ ସେମାନଙ୍କ ଚାକିରି ପାଇବାର ସମ୍ଭାବନା ବୃଦ୍ଧି ପାଇବ। ପରିଚାଳନା ନିର୍ଦ୍ଦେଶକ କେଦାର ରଞ୍ଜନ ପାଣ୍ଡୁ ବିଦ୍ୟୁତ୍ ଉତ୍ପାଦନର ବୈଷୟିକ ଦକ୍ଷତା, ବିଦ୍ୟୁତ୍ ଉତ୍ପାଦନ ପ୍ରକ୍ରିୟାର ଡିଜିଟାଇଜେସନ୍ ଇତ୍ୟାଦିରେ ଓପିଜିସି ହାସଲ କରିଥିବା ସାମ୍ପ୍ରତିକ ସଫଳତା ଉପରେ ଆଲୋକପାତ କରିଥିଲେ। ପରେ ମନ୍ତ୍ରୀ ଶ୍ରୀ ପୂଜାରୀ ସିଏସଆର କାର୍ଯ୍ୟକ୍ରମ ଅଧୀନରେ ଓପିଜିସି ଦ୍ବାରା ସମ୍ପ୍ରତି ନିର୍ମିତ ସାତଟି ଗ୍ରାମୀଣ ଭିରିଭୂମି ବିକାଶ ପ୍ରକଳ୍ପକୁ ଆଭାସି ଭାବରେ ଉଦଘାଟନ କରିଥିଲେ ।

ତେଲେନପାଲି ପଞ୍ଚାୟତ ଧୋବାଡେରାରେ ନବନିର୍ମିତ ସମ୍ପ୍ରଦାୟ କେନ୍ଦ୍ର (୧୪.୬୮ ଲକ୍ଷ ଟଙ୍କା), ତିଲିଆ ପଞ୍ଚାୟତ ଫଟାପାଲିରେ ପ୍ରସନ୍ନ ପଣ୍ଡା ମେମୋରିଆଲ୍ ହାଇସ୍କୁଲ ଏବଂ ଅର୍ଜୁନ ଗୁପ୍ତା ବାଳିକା ଉଚ୍ଚ ବିଦ୍ୟାଳୟର ନବୀକରଣ (ମୋଟ ୨୨.୫୦ ଲକ୍ଷ ଟଙ୍କା ଖର୍ଚ୍ଚ), ବିଙ୍କା ପ୍ରାଥମିକ ବିଦ୍ୟାଳୟରେ ରୋଷେଇ ଘର (୧୦.୯୩ ଲକ୍ଷ ଟଙ୍କା), ୨.୨୦ କୋଟି ଟଙ୍କା 640 62 ତେଲେନପାଲିରୁ ଖଡ଼ାମ ପର୍ଯ୍ୟନ୍ତ ରାସ୍ତା ମରାମତି କାର୍ଯ୍ୟ କୁମ୍ଭାରବନ୍ଧ ଜିପିର କିଶନ ପଡ଼ାରେ, ପଣ୍ଡରୀ ପଞ୍ଚାୟତର ପଣ୍ଡରୀରେ ଏବଂ କୁ ମ୍ଭ । ର ବ ନ୍ଧ ପ ଞ୍ଚ । ୟ ତ ର ଝାରମୁଣ୍ଡାରେ (ପ୍ରତ୍ୟେକ ୧୮.୪୩ ଲକ୍ଷ ଟଙ୍କା ଖର୍ଚ୍ଚରେ) ସମ୍ପ୍ରଦାୟ କେନ୍ଦ୍ର ଅନ୍ତର୍ଭୁକ୍ତ ରହିଛି। ଓପିଜିସିର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ସୁକାନ୍ତ ମହାପାତ୍ର, ସୁବାଶିଷ ମୁଖାର୍ଜୀ, ସତ୍ୟପ୍ରିୟ ବେହେରା, ସୁଧାକର ସ୍ବାଇଁ ପ୍ରମୁଖଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧ୍ ଓ ବିଜେପି କର୍ମୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.