ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଆଜି ମହାଳୟା ଅମାବାସ୍ୟା ତିଥିରେ ଖଣ୍ଡାଧୂଆ କାର୍ଯ୍ୟକ୍ରମ ଉତ୍ସାହ-ଉଲ୍ଲାସରେ ଆୟୋଜିତ ହୋଇଯାଇଛି। ସ୍ଥାନୀୟ ବସଷ୍ଟାଣ୍ଡ ଦୁର୍ଗାମଣ୍ଡପରୁ ଦୁଲଦୁଲି ବାଜା, ଶଙ୍ଖ-ଘଣ୍ଟ ଧ୍ୱନି ମଧ୍ୟରେ ରାଜପୁରୋହିତ କିଶୋର ଚନ୍ଦ୍ର ପୂଜାରୀଙ୍କ ତତ୍ୱାଧାନରେ ଯାତ୍ରା ଆରମ୍ଭ ହୋଇ, ବିଜେପୁର ଜମିଦାର ଏବଂ ବିଧାୟକ ସନତ କୁମାର ଗଡତୀୟାଙ୍କ ବାସଗୃହରେ ମଙ୍ଗଳାର୍ପଣ ପରେ ଦାମୋଦର କଣ୍ଟାରୁ ଜଳକଳସ ଆଣି ଦୁର୍ଗାମଣ୍ଡପରେ ସ୍ଥାପନ କରାଯାଇଥିଲା।
ଦୁର୍ଗାପୂଜା କମିଟିର ସମ୍ପାଦକ ଜନାର୍ଦ୍ଦନ ପାଣିଗ୍ରାହୀ କହିଥିଲେ, ଆଜିର ଖଣ୍ଡାଧୂଆ ପର୍ବ ମହାଆନନ୍ଦର ସହ ସମାପ୍ତ ହୋଇଛି। ଆସନ୍ତା କାଲି ପୂଜାର୍ଚ୍ଚନା ଓ ଅଖଣ୍ଡ ଦୀପ ସ୍ଥାପନ ସହିତ ସନ୍ଧ୍ୟାରେ ଭଜନ ଓ ନୃତ୍ୟ କାର୍ଯ୍ୟକ୍ରମ ହେବ। ପରବର୍ତ୍ତୀ ଦିନଗୁଡିକରେ ପାରାୟଣ, ପ୍ରବଚନ, ରାବଣ ରାଜ, ମହିଳା ଦଣ୍ଡ ନୃତ୍ୟ, ସାବିତ୍ରୀ ଗଣନାଟ୍ୟ, ମେଣ୍ଢା ଲଢେଇ, ରାମଲୀଳା ପରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରଖାଯାଇଛି।
ଏହି ସାର୍ବଜନୀନ ଦୁର୍ଗାପୂଜା ୭୫ ବର୍ଷରୁ ଅଧିକ ସମୟ ଧରି ପାଳିତ ହୋଇଆସୁଛି। ପୂଜାକୁ ସଫଳ କରିବା ପାଇଁ ଏକ କମିଟି ଗଠିତ ହୋଇଛି, ଯେଉଁଥିରେ ସଭାପତି ସନତ କୁମାର ଗଡତୀୟା, ସମ୍ପାଦକ ଜନାର୍ଦ୍ଦନ ପାଣିଗ୍ରାହୀ, କୋଷାଧ୍ୟକ୍ଷ ଗଙ୍ଗାଧର ପଧାନ ଓ କିଶୋର ଚନ୍ଦ୍ର ଷଡଙ୍ଗୀ ରହିଛନ୍ତି। ସମସ୍ତ ବିଜେପୁରବାସୀଙ୍କ ସହଯୋଗ ଓ ସାହାଯ୍ୟରେ ଏହି ପୂଜା ଆରୋହୀ ସଫଳତା ପାଇବ ବୋଲି କୋଷାଧ୍ୟକ୍ଷ ଗଙ୍ଗାଧର ପଧାନ ବିଶ୍ୱାସ ପ୍ରକାଶ କରିଛନ୍ତି l
Sign in
Sign in
Recover your password.
A password will be e-mailed to you.